ନୂଆ କୋରିଆଁ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ, ୨/୩: ଢେଙ୍କାନାଳ ସହର ଉପକଣ୍ଠ ନୂଆକୋରିଆଁ ୨୩ନଂ ୱାର୍ଡରେ ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ୧ ତାରିଖ ଦିନ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଅଦ୍ୟ ୨ ତାରିଖରେ ୧୬ଟି ସଂକୀର୍ତନ ମଣ୍ଡଳୀକୁ ନେଇ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଭୋଗରାଗ ସହିତ ପୂଜାର୍ଚ୍ଚନା କରାଯାଇ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ଆସନ୍ତା ୩ ତାରିଖରେ ନଗର ଭ୍ରମଣ ସହିତ ବଧୂହଶି ଲଗ୍ନ କରାଯିବ । ଏହି ନାମଯଜ୍ଞକୁ ସଭାପତି ଯଦୁନାଥ ବରାଳ, କର୍ମକର୍ତା ଅସିତ୍ ରଥ, ବସନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା, ଜିତେନ୍ଦ୍ର ବେହେରା, ସପ୍ଲେଶ୍ଵର ସାଇଁ ଓ ଦେବରାଜ ଗୁଡିଆଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।



