Spread the love

ସୁବର୍ଣ୍ଣଦୀପ ପତ୍ରିକା ର ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ବର୍ଦ୍ଧିତ

ବରଗଡ଼ – ତା :୨୩.୦୩.୨୦୨୫(ପବିତ୍ର ମେହେର )
ଆଜି ସ୍ତାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ପତ୍ରିକାର ଉପଦେଷ୍ଟା ସର୍ଦ୍ଦାର ପ୍ରୀତମ ସିଂଙ୍କ ସଭାପତିତ୍ୱରେ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକାର ୩୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୀମସାର, ବୁର୍ଲାର ବିଶିଷ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ, ମୁଖ୍ୟ ବକ୍ତା ଭାବେ ଏଡଭୋକେଟ କିରଣ ମିଶ୍ର, ସମ୍ମାନନୀୟ ଅତିଥି ଭାବେ ମନୋରଞ୍ଜନ ମେହେର, ଯଶବୀର ସିଂ ସୈନି, ଡ଼ା ଦିଲ୍ଲୀପ କୁମାର ପଣ୍ଡା ଓ ସ୍କୁଲର ପ୍ରଧାନ ଶିକ୍ଷକ କିଶୋର ସାହୁ ଯୋଗ ଦେଇ ସୁବର୍ଣ୍ଣଦୀପ ପତ୍ରିକାର ୩୦ ବର୍ଷ ର ନିୟମିତ ପ୍ରକାଶନ ତଥା ପ୍ରତିଭା ସୃଷ୍ଟି କରିବା ଭୂମିକା କୁ ନେଇ ଭୂୟସୀ ପ୍ରସଂଶା କରିଥିଲେ। ଏହି ଅବସରରେ ଚିକିତ୍ସା କ୍ଷେତ୍ରରେ ନିସ୍ବାର୍ଥପର ସେବା ପାଇଁ ଡ଼ା ଶଙ୍କର ରାମଚନ୍ଦାନୀଙ୍କୁ ସେବା ସମ୍ମାନ,କଲିକତାର ସୁଧାଂଶୁ ଶେଖର ଦ୍ବିବେଦୀ,ଭୁବନେଶ୍ୱରର ପ୍ରଭାତ ନଳିନୀ ସାହୁଙ୍କୁ ସାରସ୍ୱତ ସମ୍ମାନ,ରାଧାରାଣୀ ପଟ୍ଟନାୟକ ଙ୍କୁ ସୁବର୍ଣ୍ଣଦୀପ ପ୍ରକାଶନୀ ସମ୍ମାନ,ଅଧ୍ୟାପକ ନବକୃଷ୍ଣ ମିଶ୍ରଙ୍କୁ ପ୍ରତିଭା ସମ୍ମାନ, ରାଜେଶ ପାତ୍ରଙ୍କୁ ସମାଜସେବୀ ସମ୍ମାନରେ ସମ୍ମାନିତ କରି ସମ୍ବର୍ଦ୍ଧିତ କରାଯିବା ସହ ଭାଗ୍ୟଶ୍ରୀ ମାନବୀ ମିଶ୍ର ଓ ଅମରେଶ ବାରିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି କରିଥିଲେ।ଏହି ସଭାରେ ସୁବର୍ଣ୍ଣଦୀପର ୩୦ତମ ବାର୍ଷିକ ସଂଖ୍ୟା ସହ ସୁଧାଂଶୁ ଶେଖର ଦ୍ବିବେଦୀ ଙ୍କ ରଚିତ କଳିଯୁଗ ଶ୍ରେଷ୍ଠ ଓ ବାନର ହେଲେ ବିଶ୍ୱକର୍ମା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଉକ୍ତ ସଭାରେ କାବ୍ୟା ତ୍ରିପାଠୀଙ୍କ ଗୀଟାର ବାଦନ ସହ ବାପୁଜୀ ବିଦ୍ୟାଳୟ ଛାତ୍ରୀଗଣ ସ୍ୱାଗତ ସଂଗୀତ ଗାନ କରିଥିଲେ ଏବଂ ସାନ ଡାନ୍ସ ଏକାଡେମୀର ଛାତ୍ରଛାତ୍ରୀ ଓ ଅଭିମନ୍ୟୁ ଦୁବେ ନୃତ୍ୟ ପରିବେଷଣ କରିଥିଲେ।ସଞ୍ଚିତା ପାତ୍ର, ଶ୍ରୀଶାନ୍ତ ପଣ୍ଡା, ସାଇଶ୍ରୀ ପ୍ରିୟଦର୍ଶିନୀ, ନିଖିଳେଶ ମିଶ୍ର, ଅର୍ପିତ ରଥ ଓ ଅଂଶିକା ନାଗ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ସଭାରେ ଶାଗରୀକା ପାଣିଗ୍ରାହୀ, କବିତା ଦେବତା,ଡ଼ ତପସ୍ୱିନୀ ଗୁରୁ,ମିନତୀ ଦାଶ, ଭୂମିସୁତା ସାହୁ,ତପସ୍ୱିନୀ ମହାପାତ୍ର,ନୁରାବତୀ ସାହୁ, ସନ୍ତୋଷିନୀ ଦାଶ ମାନପତ୍ର ପଠନ କରିଥିବା ବେଳେ ବାସନ୍ତି ଗୁରୁ,ଦୟାନିଧି ମହାପାତ୍ର, ସୁଶୀଳା ପଶାୟତ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଶ୍ରୀ ଦୁଃଖୀସେବକ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହା ପରେ କବିତା ପାଠୋତ୍ସବ ହୋଇଥଲା।ଏହି କାର୍ଯ୍ୟକ୍ରମକୁ ଶ୍ରୀ ଦୁଃଖୀସେବକ ସାହୁ ଓ ଡ଼ ତପସ୍ୱିନୀ ଗୁରୁ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *