Spread the love

ତାଳଚେରବାସୀଙ୍କ ଭାଗ୍ୟ ଭବିଷ୍ୟତ ଏବେ କାହା ହାତରେ!ମେ’ ପହିଲାରୁ ମେଡ଼ିକାଲ କଲେଜରୁ ସେବା ପାଇବେ ଅନୁଗୋଳବାସୀ ପ୍ରସଙ୍ଗ

ତାଳଚେର, ୧୫/୦୪ ତାଳଚେର ସ୍ଥିତ ପବିତ୍ରମୋହନ ପ୍ରଧାନ ମେଡ଼ିକାଲ କଲେଜର ଟିଚିଙ୍ଗ ହସପିଟାଲ ଭାବେ ଅନୁଗୋଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ରୋଗୀସେବା ଆରମ୍ଭ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ଡ଼ାକ୍ତର ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଆସନ୍ତା ମେ’ପହିଲାରୁ ଲୋକମାନେ ଅନୁଗୋଳ ଠାରେ ଚିକିତ୍ସାସେବା ପାଇବେ । ଏହାପୂର୍ବରୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଶେଷ କରିବାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯୋରଦାର ବ୍ୟବସ୍ଥା ଚାଲିଛି । ପବିତ୍ରମୋହନ ପ୍ରଧାନ ମେଡ଼ିକାଲ କଲେଜ ପାଇଁ ତାଳଚେରରେ କୋଠା ନିର୍ମାଣ ଶେଷ ହୋଇଥିବା ବେଳେ ସେଠାରେ ଥିବା କେନ୍ଦ୍ରୀୟ ଡ଼ାକ୍ତରଖାନାକୁ ଟିଚିଙ୍ଗ ଡ଼ାକ୍ତରଖାନାଭାବେ ବ୍ୟବହାର କରିବାକୁ ନିଷ୍ପତି ହୋଇଥିଲା, ଏଣୁ ସରକାର ନିଜ ହାତକୁ ଆଣିବାକୁ ପବିତ୍ର ପ୍ରଧାନ ନାମରେ ନାମିତ କରିଥିଲେ । ମାତ୍ର ଏଠାରେ ରୋଗୀ ସଂଖ୍ୟା ନବଢ଼ିବା ଓ ଅନ୍ୟାନ୍ୟ ଭିତିଭୂତି ଅଭାବ ପାଇଁ ଅନୁଗୋଳ ଜିଲ୍ଳା ମୁଖ୍ୟ ଚିକତ୍ସାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ଟିଚିଙ୍ଗ ହସିପିଟାଲ ଭାବେ ବ୍ୟବହାର କରିବାକୁ ନିଷ୍ୱତି ନିଆଯାଇଥିବା ତାଳଚେରବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ କାହା ହାତରେ ତାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ତାଳଚେର ଠାରେ ଏମସିଏଲ ପକ୍ଷରୁ ପ୍ରାୟ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଭିତିଭୂମି ନିର୍ମାଣ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ଏବେ ଏହି କୋଠା ଗୁଡ଼ିକ ଭୂତକୋଠିରେ ପରିଣତ ହୋଇଗଲାଣି । ଏହା ପୂର୍ବରୁ ରାଜ୍ୟ ସରକାର ତାଳଚେର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ମେଡ଼ିକାଲ କଲେଜଟିକୁ ଚଳାଇବା ନେଇ ଏକ କମିଟି ଗଠନ କରି ଅନୁଗୋଳ ଜିଲ୍ଳାପାଳଙ୍କୁ ଦାୟୀତ୍ୱ ପ୍ରଦାନ କରିଥିଲେ ଏବଂ ଏହାକୁ ମେଡ଼ିକାଲ କଲେଜ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଘୋଷଣଶ କରିସାରିଥିଲେ । ତେବେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଗଢ଼ାଯାଇଥିବା କମିଟି ଏହାର ଅଗ୍ରଗତିର ସମୀକ୍ଷା କରି ରିର୍ପୋଟ ପ୍ରଦାନ କରିବାପାଇଁ କୁହାଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ, ଜିଲ୍ଳାପାଳ କମିଟିର ଦାୟୀତ୍ୱ ନେବାପରେ ସେ କାହିଁକି ଏହି ମେଡ଼ିକାଲଟିକୁ ତର୍ଜମା ନକରି଼ ଏଠାରେ ରୋଗୀସଂଖ୍ୟା ନବଢ଼ିବା ଓ ଅନ୍ୟାନ୍ୟ ଭିତିଭୂମି ଅଭାବ ପାଇଁ ଆଜି ଅନୁଗୋଳ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପ୍ରାଥମିକ ଟିଚିଙ୍ଗ ସେଟଂର ଭାବେ ବ୍ୟବହାର କରିବାକୁ ନିଷ୍ପତି ନିଆଗଲା? ତେବେ ତାଳଚେର ଅଂଚଳରୁ ବିଭିନ୍ନ ସୂତ୍ରରୁ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ ଏଠାରେ କଳକାରଖାନାରୁ ନିର୍ଗତ ଧୂଳିଧୂଆଁ ଖାଇ ବିଭିନ୍ନ ମାରାତ୍ମକ ରୋଗରେ ଅଂଚଳବାସୀ ତ୍ରାହିତ୍ରାହି ଡ଼ାକ ଦେଉଥିବା ବେଳେ ତାଳଚେରବାସୀଙ୍କ ପାଇଁ ଉଦ୍ଦିଷ୍ଠ ମେଡ଼ିକାଲ କଲେଜୁ ଅନୁଗୋଳ ଠାରେ ଟିଚିଙ୍ଗ ସେଟଂର କରିବାକୁ ନିଷ୍ପତି ନେବାକୁ ପଡ଼ିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ବୁଦ୍ଧିଜୀବୀରେ ମହଲରେ ଚର୍ଚ୍ଚା ଯୋରଧରିଛି ।

Leave a Reply

Your email address will not be published. Required fields are marked *

You missed