Spread the love

ଦିବ୍ୟ ଦର୍ଶନ ଆଶ୍ରମ ଠାରେ ପବିତ୍ର ୫୯ ତମ ସିଦ୍ଧି ଦିବସ ଓ ଜ୍ଞାନ ଯଜ୍ଞ ଅନୁଷ୍ଠିତ

ଅନୁଗୋଳ/ବୁଢ଼ାପଙ୍କ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ସ୍ଥିତ ଦିବ୍ୟ ଦର୍ଶନ ଆଶ୍ରମ ଠାରେ ସୋମବାର ଅପରାହ୍ନରେ ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପବିତ୍ର ୫୯ ତମ ସିଦ୍ଧି ଦିବସ ଅବସରରେ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

Oplus_131072

ଏହି ଜ୍ଞାନ ଯଜ୍ଞରେ ଶତାଧିକ ଗୁରୁ ଭାଇ ଭଉଣୀ ମାନେ ଯୋଗଦେଇ ପରମ ପୂଜ୍ୟ ଗୁରୁଙ୍କର ବନ୍ଦନା କରିଥିଲେ। ଗୁରୁ କିପରି ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଏ ସଂସାରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଜ୍ଞାନ ପ୍ରଦାନ କରିଛନ୍ତି ତାହା ଓ ମୋକ୍ଷ ପ୍ରାପ୍ତି ପାଇଁ ପଥ ତିଆରି କରିଛନ୍ତି, ତାହା ଆଲୋଚନା କରାଯାଇଥିଲା। ଯେପରି ଜଣେ ମଣିଷ ଗୁରୁ ବିନା ଜୀବନ ସାରା ଅଜ୍ଞାନୀ ଜୀବନ ଯାପନ କରିଥାଏ, ମାତ୍ର ଗୁରୁଙ୍କ ପଦାରବିନ୍ଦ ସ୍ପର୍ଶ ମାତ୍ରକେ ଅଜ୍ଞାନ ରୂପକ ଅନ୍ଧକାରରୁ ଦୁରେଇ ଜ୍ଞାନ ରୂପକ ଆଲୋକ ପାଇଥାଏ, ତାହା ଆଲୋଚନା କରାଯାଇଥିଲା।

ଗୁରୁଙ୍କ ଦିବ୍ୟଜ୍ଞାନ ପ୍ରାପ୍ତି, ଶିଷ୍ୟ ମାନଙ୍କୁ ଦିବ୍ୟ ଦର୍ଶନ ପ୍ରାପ୍ତ କରିବା ପାଇଁ ତାଙ୍କର ବାଣୀ ବା ଉପଦେଶ ସବୁକୁ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା। ଏହି ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମରେ ଆଖାପାଖର ଦିବ୍ୟ ଦର୍ଶନ ଆଶ୍ରମରୁ ଗୁରୁଭାଇ ମାନେ ଉପସ୍ଥିତ ଥିଲେ।ଦିବ୍ୟ ଦର୍ଶନ ଜ୍ଞାନ ଯଜ୍ଞରେ କେନ୍ଦ୍ରୀୟ କମିଟିର ଯୁଗ୍ମସଂପାଦକ ହେମନ୍ତ ଭାଇ, ବଳରାମ ପ୍ରାସାଦର ଗୋପିନାଥ ଭାଇ, କାଣ୍ଡସରରୁ ଲକ୍ଷ୍ମଣ ଭାଇ,ପଙ୍କଜ ଭାଇ, ବୁଢ଼ାପଙ୍କ ଆଶ୍ରମର ସଭାପତି ଅନୁପମା ସାମଲ, ସମ୍ପାଦକ ଗୁମତୀ ମାଝୀ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୁଢ଼ାପଙ୍କ ଦିବ୍ୟ ଦର୍ଶନ ଆଶ୍ରମର ସମସ୍ତ ଗୁରୁ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଗୁରୁଙ୍କ ଆଶିର୍ବାଦ ଲାଭ କରି ପ୍ରସାଦ ସେବନ କରିଥିଲେ ଓ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

oplus_0

Leave a Reply

Your email address will not be published. Required fields are marked *

You missed