Spread the love

ବଅଁରପାଳ କଙ୍କିନାଳୀ ଗ୍ରାମରେ ଅକ୍ଷୟତୃତୀୟା ଓ କୃଷି ଅନୁକୂଳ ପର୍ବ ପାଳନ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର କଙ୍କିନାଳୀ ଗ୍ରାମରେ କୃଷି ଅନୁକୂଳ ପର୍ବ ବା ଅକ୍ଷୟତୃତୀୟା ଦିବସ ପାଳିତ ହୋଇଯାଇଛି। ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍ ପବିତ୍ର କୃଷିଭିରିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ । ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ବାରା ପାଳିତ ହୋଇଆସୁଅଛି ଏହି ମହାନ୍ କୃଷିଭିରିକ ପର୍ବ ଏହି ଦିବସର ଗୁରୁତ୍ବକୁ ଉପଲବ୍ଧିକରି -ସରକାର ଏହି ଦିନକୁ ‘କୃଷକ ଦିବସ” ଭାବରେ ପାଳନ କରୁଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ଅପ୍ରେଲ ୩୦ ତାରିଖ ବୁଧବାର ଆମ ରାଜ୍ୟ ତଥା ଦେଶରେ ଏହି ମହାନ୍ କୃଷିଭିତ୍ତିକ ପର୍ବ ‘ଅକ୍ଷୟତୃତୀୟା’ ଉତ୍ସବ ପାରମ୍ପରିକ ରୀତିରେ ପାଳନ ହୋଇଯାଇଛି । ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ କଙ୍କିନାଳୀ ଠାରେ ମଧ୍ୟ ଏହି ପର୍ବ ପାଳନ ଉପଲକ୍ଷେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ସକାଳେ ଭୂମିପୂଜା, ଅଖୁମୁଠି ଅନୁକୂଳ, ଭଜନ କୀର୍ତ୍ତନ ସଭା ଓ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ପରେ ନୂତନ କପଡା ପରିଧାନ କରି ଧାନ କ୍ଷେତରେ ପୂଜା କରିବା ସହିତ ଲଙ୍ଗଳ, ଟୋକେଇ ଓ ଗଉଣୀ ଧରି କ୍ଷେତକୁ ଶୋଭାଯାତ୍ରା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ବଅଁରପାଳ ବିଜେପି ମଣ୍ଡଳ ସଭାପତି ପ୍ରତ୍ୟୁଷ ପଣ୍ଡା , ମହିଧରପୁର ବିଜେପି ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ୨୮ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ମୀରା ଗଡନାୟକ, ବସନ୍ତ ସାହୁ, ବିକାଶ ସାହୁ, ପ୍ରଦୀପ ସାମଲ, ଲୋକନାଥ ସାହୁ,ମନୋଜ ସାହୁ,ପ୍ଲାଣ୍ଟୁ ଗଡ଼ନାୟକ, ସୌମ୍ୟ ରଞ୍ଜନ ବେହେରା ଓ ପ୍ରଦ୍ୟୁମ୍ନ ସାହୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *