Spread the love

ଅନୁଗୋଳ – କୃଷିଭିତ୍ତିକ ପର୍ବ *‘ଅକ୍ଷୟ ତୃତୀୟା’* ଉପଲକ୍ଷେ ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ପଞ୍ଚାୟତ ରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କୃଷକ ମାନଙ୍କ ଉପସ୍ଥିତିରେ ଅକ୍ଷି ମୁଠି ଅନୁକୁଳ।ଉକ୍ତ ଉତ୍ସବରେ ଅନୁଗୋଳ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ଭଟ୍ଟ ଅକ୍ଷି ମୁଠି ଅନୁକୁଳ କରିବା ସହିତ ଆଗାମୀ ବର୍ଷ ମୌସୁମୀ ପ୍ରବାହ ଅନୁକୁଳ ହେବା ସହିତ, ଚାଷୀ କୁଳଙ୍କ ପାଇଁ ମଙ୍ଗଳ ମୟ ହେବ ବୋଲି ଆଶା ପ୍ରକାଶ କରିଥିଲେ। ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ବିମଳ ପ୍ରଧାନ, ମୁରଲିଧର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରାଣବନ୍ଧୁ ପ୍ରଧାନ, ଗିରିଶ ନାୟକ, ସହଦେବ ବେହେରା, ଲୋକନାଥ ସାହୁ, ସନତ ପ୍ରଧାନ, ଭଜମନ ଦାସ, ବନବିହାରୀ ପ୍ରଧାନ, ପ୍ରକାଶ ପ୍ରଧାନ, ନରେଶ ଚନ୍ଦ୍ର ପ୍ରଧାନ, ଲୋକନାଥ ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।କଂଗ୍ରେସ ଦଳର କାର୍ଯ୍ୟକ୍ରମ ତଥା ନିତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୂଆକ୍ଷେତା ଗ୍ରାମର ୧୮ ଜଣ ସକ୍ରିୟ କର୍ମୀ କଂଗ୍ରେସ ଦଳରେ ଯୋଗଦାନ କଲେ। ସଭାପତି ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରାଇଲେ।

Leave a Reply

Your email address will not be published. Required fields are marked *