Spread the love

ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ତାଳଚେର, ୨୯/୦୪ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦ୍ୱିତୀୟ ପର୍ଯ୍ୟାୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳମଛୁଇଁ, ବଡଯୋରଡା, ଆମ୍ବମୁଣ୍ଡା, ତାଳଚେର, ଦେଉଳବେଡା, ବିକ୍ରମପୁର, ନୂଆଁ ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୭୨ ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମଧ୍ୟ ସଂଭାଗର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କ୍ଷେତ୍ରୀୟ ସଂଗଠନ ସଂପାଦକ ନାରାୟଣ ନାୟକ, ଅତିଥି ଭାବରେ କଳମଛୁଇଁ ଶିଶୁମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ଯୁଗ୍ମ ସଂପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କଳମଛୁଇଁ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ନାୟକ ନିଜ ଅଭିଭାଷଣରେ ଆଧ୍ୟାତ୍ମିକ ତତ୍ୱ ଭିତରେ ଶିକ୍ଷାର ମାନ ବିକାଶ କରିବା ସହ ନୈତିକ ମୂଲ୍ୟବୋଧକୁ ଜାତୀୟ ଶିକ୍ଷାନୀତିରେ ପ୍ରୟୋଗ କରିବା ପାଇଁ କହିଥିଲେ।

Leave a Reply

Your email address will not be published. Required fields are marked *

You missed