ଢେଙ୍କାନାଳ ଗସ୍ତ ସମୟରେ କଂଗ୍ରେସର ବିରୋଧ ପ୍ରଦର୍ଶନ
୪ ଜୁନ ୨୦୨୫ – ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟରେ ଶାସନ ଭାର ଗ୍ରହଣ କରିବାର ଏକବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଜିଲ୍ଲା ଗସ୍ତ କରି ନିଜ ସରକାରର ସଫଳତାର ଗୁଣ ଗାନ କରିବାକୁ କଂଗ୍ରେସ ତରଫରୁ ସମାଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଦଳର କାର୍ଯ୍ୟକର୍ତ୍ତା ମହିଶାପାଟ ନିକଟସ୍ଥ ପ୍ରଦର୍ଶନୀ ପଡିଆଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ କାରୀ ମାନଙ୍କୁ ଟାଉନ୍ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିଲା । ଜିଲ୍ଲା କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରଶ୍ନ ପଚରା ଯାଇ ଏହାର ସମାଧାନ ନିମନ୍ତେ ଦାବୀ କରାଯାଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ , ସିଏଚସି ପର୍ଯ୍ୟନ୍ତ ଡାକ୍ତର, ନର୍ସ , ଫାର୍ମାସିଷ୍ଟ ମାନଙ୍କ ପଦବୀ ୭୦% ଖାଲି ରହିଛି । ସେହିପରି ଏକା ଅବସ୍ଥା ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ; ପ୍ରାଇମେରୀ ସ୍କୁଲ୍ ଠାରୁ କଲେଜ ପର୍ଯ୍ୟନ୍ତ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ, ଅର୍ଥାତ୍ ପୋଲିସ ବିଭାଗ ଆଇନ ଶୃଙ୍ଖଳା ରକ୍ଷା କରିବା , ନାରୀ ନିର୍ଯାତନା, ଅପହରଣ ଏବଂ ଅନ୍ୟାନ୍ୟ ଅପରାଧ ଉପରେ ନିୟନ୍ତ୍ରଣ କରିଵାରେ ବିଫଳ ହୋଇଛି । ବେକାରୀ ସମସ୍ୟା ସମାଧାନ କରିବାରେ ମାଝି ସରକାର ବିଫଳ ହୋଇଛନ୍ତି ; ସ୍ଥାନୀୟ ଶିଳ୍ପାନୁଷ୍ଠାନ ମାନଙ୍କରେ ନିଯୁକ୍ତି ସମୟରେଜିଲ୍ଲାର ଯୁବକ ଯୁବତୀ ମାନଙ୍କ ନିମନ୍ତେ ୭୦% ସ୍ଥାନ ସଂରକ୍ଷଣ ନିମନ୍ତେ କଂଗ୍ରେସ ଦାବି କରିଛି । ଚାଷଜମିକୁ ଜଳ ସେଚନ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ । ଏହି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ସଭାପତି ସୁନୀଲ ଦାଶ,ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ , ବରିଷ୍ଠ ନେତା ଡାକ୍ତର ତୁଷାର କାନ୍ତି ନାୟକ , ଵିପ୍ରଵର ସାହୁ , ବିନୟ ସାହୁ , ଜିତେନ୍ଦ୍ର ସାହୁ, ଜାଭିର ବକ୍ସ , ବେଣୁଧର ସାହୁ , ସୁଶାନ୍ତ କୁମାର ଧଳ , ଗୋବର୍ଦ୍ଧନ ସିଂ , ବନମାଳୀ ଦାସ , ସରୋଜ ସତପଥି , ସଂଗ୍ରାମ କିଶୋର ଦାସ , ରବି ନାରାୟଣ ପରିଡ଼ା , ସଞ୍ଜୟ ମହାନ୍ତି , ଆକୁଳ ସାହୁ , ପ୍ରଜ୍ଞା ବାରିକ , ପ୍ରମୁଖ ବିକ୍ଷୋଭ ରେ ସାମିଲ ହୋଇ ଗିରଫ ହୋଇଥିଲେ । ପରେ ଗିରଫ ନେତା ଗଣ ସନ୍ଧ୍ୟାରେ ବ୍ୟକ୍ତି ଗତ ମୁଚାଲିକା ରେ ଥାନାରୁ ମୁକୁଳି ଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
