ଆଶୀର୍ବାଦ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ

ଅଦ୍ୟ ତା 16.7.25 ରିଖ ଦିଘି ଗ୍ରାମ ପଂଚାୟତ ର ଅଲେଖ ମହିମା ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଗ୍ରାମବାସୀ, ମହିଳା, ଛାତ୍ର ଛାତ୍ରୀ ତଥା କୁନି କୁନି ପିଲାମାନଙ୍କୁ ନେଇ 40 ଗୋଟି ବିଭିର୍ଣ୍ଣ ଫଳ ଵୃକ୍ଷ ରୋପଣ କରାଯାଇଥିଲା ଏବଂ କୁନି ପିଲାମାନଙ୍କୁ ବୃକ୍ଷ ର ଉପକାରିତା ସମ୍ବନ୍ଧରେ ବୁଝାଇ ଆଶ୍ରିବାଦ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର 30 ଗୋଟି ଚାରା ପ୍ରଦାନ କରି ନିଜ ବାଡ଼ିରେ ଲଗେଇ ବବିଷ୍ୟତ ପାଇଁ ବଂଚେଇ ରଖିବାକୁ ପ୍ରବର୍ତ୍ତାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସତୀଶ ପ୍ରଧାନ,ବନଜା ମାନସିଂ, ଶୁଭଶ୍ରୀ ପ୍ରଧାନ ,ଖଗେଶ୍ୱର ରାଉତ, ଅନାଦି ସାହୁ, ଯୋଗିନାଥ ପାତ୍ର ଓ ରଞ୍ଜୁ ଵାଲା ନାଏକ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l



