Spread the love

କରେଣ୍ଟ ଦେଇ ମୋ ଝିଅ କୁ ମାରିଦେଲେ ଜମିବାଡି ବିବାଦରୁ ବଳି ପଡିଲେ ୭ ବର୍ଷର ଝିଅ ଶାଲିନ

ନ୍ୟାୟ ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି ଶାଲିନର ବାପା ମା

ଅନୁଗୋଳ – ଅନୁଗାଳ ଜିଲ୍ଲା ବାଗଡ଼ିଆ ଥନା ଅନ୍ତର୍ଗତ ଭେଜିଡିହ ଗ୍ରାମରେ ଗତ ଜୁନ୍ ମାସରେ ଘଟିଯାଇଥିବା ଦୁଃଖଦ ଘଟଣାର ନ୍ୟାୟ ଭିକ୍ଷା କରି ଆଜି ଅନୁଗୋଳ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି ମୃତ ନାବାଳିକା ଶାଲିନର ବାପା ଓ ମା । ଘଟଣାରୁ ପ୍ରକାଶ ଯେ ଗତ ୧୨ /୬/୨୦୨୫ ଦିନ ଭେଜିଡିହ ଗ୍ରାମର ପ୍ରଦୀପଙ୍କ ୭ ବର୍ଷର ଝିଅ ଶାଲିନ୍ ସକାଳ ୭ ଘଟିକା ସମୟରେ ଖେଳୁଥିବା ଅବସ୍ଥାରେ ଚୈତନ୍ୟ ନାଏକ ଦେଇଥିବା ତାର ବାଡ଼ରେ କରେଣ୍ଟ ରେ ଲାଗି ମୃତ୍ୟୁବରଣ କରିଥିଲେ।ଯେତେବେଳେ କି ଶାଲିନ କରେଣ୍ଟ ରେ ଲାଗିରହିଥିଲା ସେହି ସମୟରେ ଚୈତନ୍ୟ ନାୟକ ଉପସ୍ଥିତ ଥିଲେ ଲାଇନ୍ କାଟିଦେଇଥିଲେ ମୋ ଝିଅ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ଶାଲିନର ବାପା। ଲୋକ ମାନେ ଡାକ ପକାଇ ବାରୁ ବାପା ଆସି ଝିଅକୁ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ଶାଲିନ କୁ ମୃତ ଘୋଷଣା କରିଥିଲ। ପ୍ରଦୀପ କହିଥିଲେ କି ପୂର୍ବରୁ ଚୈତନ୍ୟ ନାଏକଙ୍କ ସହିତ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ତେଣୁ ସେ ମୋତେ ଓ ମୋ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ମୋତେ ମାରିବାକୁ ବିଫଳ ହୋଇ ଅନ୍ୟ ଉପାୟ ନ ପାଇ କରେଣ୍ଟ ଦେଇ ମୋ ନାବାଳିକା ଝିଅକୁ ମାରି ଦେଇଛି ବୋଲି ଦୁଃଖର ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏ ବିଷୟରେ ବାଗଡ଼ିଆ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଥାନାରେ ଅଭିଯୋଗ ପରେ ମୋ ପରିବାର ଓ ସାଖିମାନଙ୍କୁ ଜୀବନରେ ମାରିଦେବାକୁ ଚୈତନ୍ୟ ନାୟକ ଧମକ ଦେଉଛି । ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଓ ୭ ବର୍ଷର ନାବାଳିକା ଝିଅ ଶାଲିନ୍ ର ନ୍ୟାୟ ଆଶାରେ ଜିଲ୍ଲା ପାଳଙ୍କ ଦ୍ଵାର ସ୍ଥ ହୋଇଛନ୍ତି ଶାଲିନ୍ ର ବାପା ପ୍ରଦୀପ ଓ ଓ ମା ପୁଷ୍ପାଞ୍ଜଳୀ ନାୟକ।

ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *