Spread the love

ନୂଆଗଡ ହାଇସ୍କୁଲ ରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲ ଥିବା ଭଟଲି ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ନୂଆଗଡ ଠାରେ ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଟଲି ର ଶାଖା ପରିଚାଳକ ଦେବାଶିଷ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ନୂଆଗଡ ସରପଞ୍ଚ ଦୁର୍ବାସା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପର୍ଯ୍ୟାବରଣ ର ସୁରକ୍ଷା ଓ ଏଥିରେ ଆମର ସକ୍ରିୟ ଯୋଗଦାନ ଉପରେ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତୀ ପରିଯୋଗୀ ଆଲିଶା ପାତ୍ର, ରୋଷ୍ନି ପ୍ରଧାନ,ପୂଜା ବାରିକ,ସୁହାନା ସହୁ,ସୂହାନା ବାରିକ ଓ ସୁନୀତା ପାତ୍ରଙ୍କୁ ମାନପତ୍ର ଓ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ ରେ ପାଣ୍ଡବ ପ୍ରଧାନ,ଓକିଲ ଖମାରୀ, ଅଶୋକ ସହୁ ସହଯୋଗ କରି ଥିଲେ।ପରିଶେଷରେ ଶିକ୍ଷକ ରାଜେଶ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *