ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ
ଆଧୁନିକତା ରେ ଏବେ ବି ବଞ୍ଚି ରହିଛି ତାଳପତ୍ର ପଖିଆ, ଯାହା ଚାଷୀ ଭାଇ ଟି ର ସୁରକ୍ଷା କବଚ l ବର୍ଷା ହେଉ କି ଖରା ଅବା ଶୀତ କାକର ପୁରୁଖା ଚାଷୀ ଙ୍କର ଏହା ଥିଲା ଅମୋଘ ଅସ୍ତ୍ର l ଏବେ ଆଧୁନିକତାର ଦ୍ୱାହି ଦେଇ କିଛି ଯୁବ ଚାଷୀ ପଲଥିନ ପଖିଆ ପଛ ରେ ଧାବମାନ ସେଥିପାଇଁ ଚାଷୀ ମୃତ୍ୟ ହାର ବଢ଼ି ଚାଲିଛି l ଏହା କୁ ରୋକିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତାଳପତ୍ର ପଖିଆ ଓ ଚାଷୀ ମୃତ୍ୟ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ଅଞ୍ଚଳ ର ଚାଷୀ ଭାଇ ମାନଙ୍କ ସହ ଶୁଭାରମ୍ଭ ହୋଇଛି l କିଛି ପୁରୁଣା ଚାଷୀ ଙ୍କ ମତରେ ପକ୍ଷୀ ପରି ନିଜର ଡେଣା ମେଲାଇ ଚାଷୀ ଙ୍କୁ ସୁରକ୍ଷା ଦେଉଥିବା ରୁ ଏହାର ନାମ ପଖିଆ l ତାଳପତ୍ର ପଖିଆ ବ୍ୟବହାର କରୁଥିବା ଚାଷୀ ବଜ୍ରପାତ ରେ ନ ମରିବା ର ବହୁ ବର୍ଷ ଧରି ନଜର ରହିଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଞ୍ଚଳ ର ଚାଷୀ ଙ୍କୁ ଏକତ୍ରିତ କରି ତାଳପତ୍ର ପଖିଆ ଓ ଚାଷୀମୃତ୍ୟ ଉପରେ ସଚେତନତା କରାଯଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ସମେତ ଟ୍ରଷ୍ଟ ର ବୟସ୍କ ସଦସ୍ୟ ମଧୁସୂଦନ ରାଉତ, ସମ୍ପାଦକ ରାଜେଶ ବାରିକ, କେଦାର ସ୍ୱାଇଁ, କାଳନ୍ଦୀ ମଲ୍ଲିକ ଓ ଅଞ୍ଚଳ ର ବରିଷ୍ଠ ଚାଷୀ ମନୋଜ କୁମାର ଜେନା ରହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ l




