କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୂର୍ ଠାରେ ଆଜି ତଥା ୨୬. ୦୯. ୨୦୨୫ ରିଖ ଦିନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ସୁସ୍ଥ ନାରୀ ସସକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉକ୍ତ ସ୍ବାସ୍ଥ୍ୟ ସିବିରଟିକୁ ମୂଖ୍ୟ ଅତିଥି ଲଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟାନ୍ୟ ସମ୍ମାନିତ ଅତିଥି ତଥା ଉପାଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ନାୟକ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ,R K S ମେମ୍ୱର୍ ତଥା M L A ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜଗଦୀଶ ବେନିଆ, ବିଶ୍ୱନାଥପୂର୍ B J P ମଣ୍ଡଳ ଅଧିକାରୀ ତୁଳସୀ ମାଝୀ, ଲକ୍ଷ୍ମୀଧର ସନ୍ତୋଷରାୟ, ସ୍ଥାନୀୟ B D O ଶଶାଙ୍କ ପାତ୍ର,

B P H O ଦାକ୍ତର ଭବାନୀ ଶଙ୍କର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନ ଠାରୁ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଡ଼ାକ୍ତର ଅମ୍ୱାତି ନାୟକ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ, ଡ଼ାକ୍ତର ସୁଶ୍ରୀ ସୃତି ସାହୁ ଚକ୍ଷୁ ରୋଗ ବିଶେଷଜ୍ଞ, ଡ଼ାକ୍ତର ସୌରଭ ମିଶ୍ର ଦାନ୍ତ ରୋଗ ବିଶେଷଜ୍ଞ, ଡ଼ାକ୍ତର P C ଆଚାରି ଶିଶୁରୋଗ ବିଶେଷଜ୍ଞ ପହଞ୍ଚି ପ୍ରାୟ ୩୪୦ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଡ଼ାକ୍ତରଖାନାର ସମସ୍ତ କର୍ମଚାରୀ ତାଙ୍କର କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଥିଲେ। ଶ୍ରୀଯୁକ୍ତ ଲେଙ୍କାଙ୍କ କହିବା ଅନୁସାରେ ଏହିଭଳି ସ୍ବାସ୍ଥ୍ୟ ଶିବିର ପ୍ରାୟ ସବୁ ସମୟରେ ଆୟୋଜନ କରାଯାଇଥାଏ ଲୋକଙ୍କ ସୁବିଧା ପାଇଁ। ଏହିଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସି ମଧ୍ୟ ଖୁସିବ୍ୟକ୍ତ କରିଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
