ବଅଁରପାଳ ତହସିଲରେ ଉପ ନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟିତ
ବଅଁରପାଳ, ରାଜ୍ୟର ୪୪ଟି ତହସିଲରେ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆଭାସି ମାଧ୍ଯମରେ ନୂତନ ଉପ ନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅନୁଗୋଳ ଜିଲା ବଅଁରପାଳ ତହସିଲରେ ମଧ୍ଯ ଉପ ନିବନ୍ଧନ କାର୍ଯ୍ୟାଳୟର ଉଦ୍ଘାଟନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ବ୍ୟବସ୍ଥା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା। ବ୍ଲକ ଉନ୍ନୟନ ଅଧିକାରୀ ଲୋଚନ ଦାସଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମରେ ବଅଁରପାଳ ଅତିରିକ୍ତ ତହିଲଦାର ସୁଶାନ୍ତ କୁମାର ନାୟକ, ବ୍ଲକ ଓ ତହସିଲର ସମସ୍ତ ଅଧିକାରୀ ବଅଁରପାଳ ଅଞ୍ଚଳର ଜନ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବଅଁରପାଳ ତହସିଲ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟନ ପରେ ବଅଁରପାଳ ବ୍ଲକ ବାସିନ୍ଦା ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)