Spread the love

ପୁରୀଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ କାର୍ଯ୍ୟରତ ଅମିନ ତଥା ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଆଜି ସନ୍ଧ୍ୟା ସମୟରେ ଲାଞ୍ଚ ନେଲାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ମାଡ଼ିବସିଛନ୍ତି। ଶ୍ରୀ ଗ୍ରହାଚାର୍ଯ୍ୟ ଗୃହ ନିର୍ମାଣ ପ୍ଳାନ୍‌ ଅନୁମୋଦନ ପାଇଁ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି।

ଗଡ଼ଟୋରିହେଁ ଗ୍ରାମର ରଘୁନାଥ ଦାଶ ନିମାପଡ଼ା କଲେଜ ପାଖର ଏକ ପୌରାଞ୍ଚଳ ଜାଗାରେ ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ଓ ଅନୁମତି ପାଇଁ ଅମିନ ତଥା ପରିମଳ ଅଧିକାରୀ ୩୪ହଜାର ଟଙ୍କା ଦେଲେ ଘର ନିର୍ମାଣ ପାଇଁ ସମସ୍ତ ଅଫିସ କାର୍ଯ୍ୟ କରିଦେବେ ବୋଲି କଥାଦେଇଥିଲେ। ଏଥି ପାଇଁ ସେ ପର୍ଯ୍ୟାୟ କ୍ରମେ ୩ ହଜାର, ୧୦ହଜାର ଓ ଆଜି ୧୭ ହଜାର ଟଙ୍କା ନେଇଥିଲେ।

Leave a Reply

Your email address will not be published. Required fields are marked *