ପାଳଲହଡା-୩୧/୧-ପାଳଲହଡା ବନାଞ୍ଚଳ ଜମରଡିହ ଅନ୍ତର୍ଗତ ସଇଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ହାତୀ ଉପଦ୍ରବ ପାଇଁ ଖଞ୍ଜା ଯାଇଥିବା ସୋଲାର ଲାଇଟ ଓ ବ୍ୟାଟେରୀ ଚୋରି ସନ୍ଦେହରେ ଦିବ୍ୟାଙ୍ଗ ଯୁବକ ବିପିନ ବିହାରୀ ଦାସ୍ ଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଡଙ୍ଗାଧର ଗ୍ରାମ ର ପରମେଶ୍ବର ହେମ୍ବ୍ରମ (୪୧), ବିପିନ ହେମ୍ବ୍ରମ (୩୬),ଶିଧେଶୂର ହେମ୍ବ୍ରମ (୨୫) ଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।



