Spread the love

ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ସପ୍ତାହ ଉଦ୍‌ଯାପିତ

ଭଟଲି (ଅଭିମନ୍ୟୁ ପଧାନ): ଭଟଲି ଶ୍ରୀ ଶ୍ରୀଦଧିବାମନ ଭାଗବତ ମଣ୍ଡଳୀ ଆନୁକୂଲ୍ୟରେ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ରବିବାର ମାଘ ପୂର୍ଣ୍ଣମୀ ତିଥିରେ ଉଦ୍‌ଯାପିତ ହୋଇଯାଇଅଛି। ଭକ୍ତ ଶିରୋମଣି ପରମାନନ୍ଦଙ୍କ ଅମଳରୁ ଏହି ଶ୍ରୀମଦ ଭାଗବତ କଥା ପବିତ୍ର ମାଘ ମାସରେ ଚାଲି ଆସିଛି। ଏହି ଅବସରରେ ଧିବାମନ ମନ୍ଦିର ରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣ ଲଳିତା ଏହି ଜ୍ଞାନଯଜ୍ଞକୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଏକ ଭବ୍ୟ ଭବ୍ୟ ଶୋଭଯାତ୍ରା ବିଜେ କରିଥିଲେ । ମନ୍ଦିର ପୁରୋହିତ ଲଳିତ ରଥ, ଗୌରଚନ୍ଦ୍ର ରଥଙ୍କ ତତ୍ତ୍ବାବଧାନରେ ସମସ୍ତ ପୂଜାବିଧି କରାଯାଇଥିଲା। ପରମାନନ୍ଦ ସାହୁ ଓ ତାଙ୍କ ପତ୍ନୀ ସୁକାନ୍ତ ସାହୁ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଏଥିରେ ପୂଜ୍ଯ କଥାବ୍ଯାସ ବ୍ରହ୍ମଚାରୀ ବାବା ମାନଭଞ୍ଜନ ଦାଶ ପ୍ରବଚନ ଦେଇଥିଲେ |

ସଙ୍ଗୀତ ଓ ବାଦ୍ୟଯନ୍ତ୍ର ମନୋଜ ସାହୁ, ମାୟାଧର ପଧାନ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହେମନ୍ତ ସାହୁ, ହୃଷୀକେଶ ପ୍ରଧାନ, ରାମ ବେହେରା, ରାମେଶ୍ଵର ଷଡ଼ଙ୍ଗୀ, ସତିହାରୀ ଭାଗବତ ମଣ୍ଡଳୀ, ମନ୍ଦିର ପରିଚାଳନା କମିଟି, ଦଧିବାମନ ସଂକୀର୍ତ୍ତନ ମଣ୍ଡଳୀ ତଥା ବହୁ ଭକ୍ତ ସହଯୋଗ କରିଥିଲେ। ପୂର୍ଣ୍ଣାହୁତି ଓ ମଙ୍ଗଳ ଆରତୀ ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୌରଚନ୍ଦ୍ର ରଥ, ରାମେଶ୍ଵର ଷଡ଼ଙ୍ଗୀ, ରାମ ବେହେରା, ହେମନ୍ତ ସାହୁ, କୃଷ୍ଣ ମୋହନ ସାହୁ ଏବଂ ସୁରେଶ ସାହୁଙ୍କୁ ତାଙ୍କ ଭାଗବତ କଥା ଆୟୋଜନ ପ୍ରତି ଉତ୍ସର୍ଗୀକୃତ ତଥା କର୍ମନିଷ୍ଠତା ପାଇଁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You missed