Spread the love

ମାତୃକୃପା ଆଳୟ ପାଠଚକ୍ର ଗିରିବନ୍ଧ ର ବାର୍ଷିକ ଉତ୍ସବ ଓ ଆଳି ବ୍ଳକ ପାଠଚକ୍ର ସମୁହ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଯାଜପୁର – ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଧ ଠାରେ ଥିବା ଶ୍ରୀଅରବିନ୍ଦ ପାଠଚକ୍ର ସମୁହ ବାର୍ଷିକ ସମ୍ମିଳନୀ ଓ ମାତୃକୃପା ଆଳୟ ପାଠଚକ୍ର ର ବାର୍ଷିକ ଉତ୍ସବ ମହାସମାରୋହରେ ମାତୃକୃପା ନିଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଧୁପପୁଷ୍ପ ଅପଣ ,ସମବେତ ନିରବ ଧ୍ୟାନ,ଦୃର୍ଗାସ୍ତୋତ ଆବୃତ୍ତି, ସ୍ବାଧ୍ୟାୟ,ମାତୃବନ୍ଦନା ଗାନ କରାଯାଇଥିଲା।ଏହି ଉତ୍ସବରେ ମାତୃ ସାଧିକା ଉର୍ମିଳା ରାଉତ ଦିବ୍ୟ ଜନନୀ ଙ୍କ ଧରାବତରଣ ପ୍ରସଙ୍କ ଉପରେ ଆଧ୍ୟାତ୍ମିକ ଆଲୋଚନା କରିଥିଲେ।।ପ୍ରଫେସର ଭବେଶଚନ୍ଦ୍ର ସାହୁ ଦୁଃସାଧିକ ଅଭିଯାତ୍ରା ଶୀର୍ଷକକୁ ନେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଧାନ ଚନ୍ଦ୍ର ସ୍ବାଇଁଙ୍କ ସଞାଳନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆଳି, ଚାନ୍ଦବାଲି, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, କେନ୍ଦ୍ରାପଡ଼ା ବ୍ଳକର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଭାଗନେଇ ଥିଲେ।ସୁରୁଚି ଅପା,ଜୟନ୍ତି ଅପା,ପୁଷ୍ପ ଅପା ମାତୃ ସଙ୍ଗିତ ପରିବେଷଣ କରିଥିଲେ। ପ୍ରଥମେ ସ୍ବାଗତ ସୁଚନା ପ୍ରଦାନ କରିଥିଲେ ଆଦିକନ୍ଦ ସାହୁ। ଶେଷରେ ପାଠଚକ୍ରର ଆୟୋଜକ ଧରଣୀଧର ପାତ୍ର ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *

You missed