Spread the love

ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ୭ମ ବ୍ଲକ୍ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ଏ.ଆଇ.ଟି.ୟୁ.ସି. ସହବନ୍ଧିତ ନିଖୂଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ୭ମ ବ୍ଲକ୍ ସମ୍ମିଳନୀ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ସୁଜାତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ହରପ୍ରିୟା ସାଇଁ ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ରବି ରଥ ସଂପାଦକ ନାରାୟଣ ନାୟକ ଅତିଥି ଭାବରେ ଯୋଗଦେଇଥିଲେ । ସଂପାଦିକା ସମ୍ମିଳନୀ ବିବରଣୀ ଉପସ୍ଥାପନା କରିଥିଲେ । କେନ୍ଦ୍ରମାନଙ୍କରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆୟବ୍ୟୟର ହିସାବ ଦିଆଯାଇଥୁଲା । ଗତ ଅପ୍ରେଲ ମାସ ଠାରୁ କେନ୍ଦ୍ର ମାନଙ୍କରେ ସଠିକ୍ ଭାବରେ ଚାଉଳ, ରୋଷେଇ ପଇସା, ଅଣ୍ଡା ମିଳୁ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଆସନ୍ତା ୧୨ ତାରିଖରେ ହେଉଥ‌ିବା ସର୍ବଭାରତୀୟ ଧର୍ମଘଟ ଉପରେ ଆଲୋଚନା କରାଯାଇଥିଲା । କେନ୍ଦ୍ରମାନଙ୍କରେ ଦେଖା ଦେଉଥୁବା ସମସ୍ୟା ଉପରେ ସିଡିପିଓଙ୍କୁ ମୌଖୁକ ଏବଂ ଲିଖୁତ ଭାବରେ ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା I ଆଗାମୀ ଦିନ ପାଇଁ କର୍ମକର୍ତା ନିର୍ବାଚନ କରାଗଲା । ଏଥିରେ ସଭାପତି ଭାବରେ ସୁଜାତା ନାୟକ ଉପସଭାନେତ୍ରୀ ସୁନିତା ବେହେରା, ସଂପାଦିକା ଭାରତୀ ନାଏକ, ସହସଂପାଦିକା କ୍ରିଷ୍ଣା ମଲ୍ଲିକ, କୋଷାଧ୍ଯକ୍ଷ ପୂର୍ଣ୍ଣିମା ତ୍ରିପାଠୀ ନିର୍ବାଚିତ ହେବା ସହିତ ୧୦ ଜଣିଆ ବ୍ଳକ୍ କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ଭାବରେ ପ୍ରତିମା ସାହୁ, ମାନସୀ ମହାପାତ୍ରଙ୍କୁ ନିର୍ବାଚିତ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ଶୈଳବାଳା ରାଉତ, ରେବତୀ ସାହୁ, ରିନା ବେହେରା, ବିଷ୍ଣୁପ୍ରିୟା ବରାଳ, ସନ୍ଧ୍ୟା ମିଶ୍ର, ମମତା ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

You missed