ଭୁବନେଶ୍ୱର:ଶୁକ୍ରବାର ୨୦୨୬-୨୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ଶ୍ରୀ ମାଝୀ ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ଅଧିକ । ତେବେ ବଜେଟରେ ଭିବି-ଜି ରାମ ଜୀ ପାଇଁ ୫୫୭୫ କୋଟି ଟଙ୍କା ଟଙ୍କାର ପ୍ରସ୍ତାବ ରହିଛି । ସେହିପରି ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ଟଙ୍କା ରହିଛି ।
-ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୧୪ ହଜାର କୋଟି ଟଙ୍କା
-ଶ୍ରୀମନ୍ଦିର ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଟଙ୍କା
– ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାମରେ ଅନଲାଇନ ଡିଜିଟାଲ ହୁଣ୍ଡିର ପ୍ରସ୍ତାବ
– ରତ୍ନଭଣ୍ଡାର ଗଣତି ମଣତି ପାଇଁ ବଜେଟରେ ୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
– ୧୦୦ ସ୍ମାର୍ଟ ଫାର୍ମ ର୍ମାେକଟ(ମଡେଲ ମଣ୍ଡି) ପାଇଁ ୧୦୦ କୋଟି
-ସିଏମ ସ୍ମାର୍ଟ ମିଶନ ପାଇଁ ୧୦୦ କୋଟି
-ବିଶ୍ୱର ବୃହତ ଶସ୍ୟ ଷ୍ଟୋରେଜ ଯୋଜନା ପାଇଁ ୨୪୦ କୋଟି
-ରେୟାର ଆର୍ଥ କରିଡର ପାଇଁ ୧୦ କୋଟି
– ରାଜ୍ୟ ଏଆଇ ମିଶନ ପାଇଁ ୨୩ କୋଟି
-ଟୁରିଜିମ ଳ୍ୟାଣ୍ଡ ବ୍ୟାଙ୍କ ସ୍କିମ ବାବଦକୁ ୧୫୦ କୋଟି
-ଡାଲଖାଇ ପାଇଁ ବ୍ୟୟ ଅଟକଳ ୨୨୦ କୋଟି
-ଫିଟ ଓଡ଼ିଶା ମିଶନ ପାଇଁ ୧୦ କୋଟି
-ସୁଭଦ୍ରା ଯୋଜନା- ୧୦ ହଜାର ୧୪୫ କୋଟି
-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା- ୬୩୦୯ କୋଟି
-ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
-ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ- ୫ ହଜାର ୮ କୋଟି
-ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା- ୧୦୦ କୋଟି
-ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି
-ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି
-ଶ୍ରୀଅନ୍ନ ଯୋଜନା- ୪୦୦ କୋଟି ଟଙ୍କା
-ପର୍ୟ୍ୟଟନ ଭିତ୍ତିଭୂମି ବିକାଶ ପାଇଁ- ୫୦୦ କୋଟି
-ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ- ୧୦୧୦ କୋଟି
-ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
-ଅମୃତ ପ୍ରକଳ୍ପ ଯୋଜନା ପାଇଁ ୯୧୬ କୋଟି



