ଅସହାୟ ଅବସ୍ଥାରେ ରହିଥିବା ଦୁଇଜଣ ବୃଦ୍ଧା ମହିଳାଙ୍କୁ କେବେ ମିଳିବ ସରକାରୀ ବାସ ଗୃହ ଓ ଅନ୍ତ ଦ୍ବୟ ଚାଉଳ

ଗୋଲାମୁଣ୍ଡା/୨୩/୨/୨୬/ଅସହାୟ ଅବସ୍ଥାରେ ରହି ଥିବା ଦୁଇଜଣ ବୃଦ୍ଧା ମହିଳାଙ୍କୁ କେବେ ମିଳିବ ସରକାରୀ ବାସ ଗୃହ ଓ ଅନ୍ତଦ୍ୱୟ ଚାଉଳ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଦମପୁର ଗ୍ରାମରେ ଅବସ୍ଥିତ ଦୁଇଜଣ ବୃଦ୍ଧା ମହିଳା, ଜଣକଙ୍କ ନାଁ ହେଉଛି ସତମତି ମାଝୀ ପିତା ଘନେଶ୍ୱ ର୍ମାଝୀ ହାରାହାରି ୭୫ବର୍ଷ ଥିବା ବେଳେ ଅନ୍ୟ ଜଣ ହେଲେ ଛଉଗଉଡ ପିତା, ପୂର୍ତ୍ତି ମାଝୀ ବୟସ ୬୫ଅଟେ, ଉଭୟେ ପଦମପୁର ଗ୍ରାମରେ ବସ ବାସ କରନ୍ତି, ନିକଟରେ ବଣ ଜଙ୍ଗଲ ହିଂସ୍ର ଜୀବଜନ୍ତୁ ବସ ବାସ କରୁ ଥିବା ନିକଟରେ କି ଭଳି ଭାବେ ରାତିରେ ଭଙ୍ଗା ଦଦରା ଚାଲ କୁଡ଼ିଆରେ ଦୀନ କାଟୁଛନ୍ତି ତାହା ଭଗବାନ ଙ୍କ ଭରସାରେ ରହୁଛନ୍ତି ବୋଳି ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ କରି ଥିଲେ, ଛଉ ଗଉଡଙ୍କ ଘର ଭଙ୍ଗା ଦଦରା ଚାଲ କୁଡ଼ିଆରେ ଓ ପଲିଥିନ ତଳେ ଖରା ବର୍ଷା ଶୀତ କାକରରେ ଜୀବନ ଅତିବାହିତ କରନ୍ତି, ସରକାରଙ୍କ ପକ୍ଷରୁ ଦୁଇ ଜଣ ବୃଦ୍ଧା ଜଣ ପିଛା ଲେଖାଏଁ ଚାଉଳ ପାଞ୍ଚ କିଲୋ ଓ ବୃଦ୍ଧା ଭତ୍ତା ଏକ ହଜାର ଟଙ୍କା ଲେଖାଏଁ ମିଳୁଛି, ହେଲେ ଦୁର୍ଭାଗ୍ୟ ଜନକ ଯେ, ସତମତି ମାଝୀ ଚାଳି ପାରୁ ନାହିଁ ଦୁଇଟି ହାତ ଓ ଦୁଇ ଗୋଡ଼ରେ ଭରା ଦେଇ ଘଷୁଡ଼ି ଘଷୁଡି ଚାଳି ଥାଏ, ପୁଣି ଭଙ୍ଗା ଦଦରା ଘରରେ ବର୍ଷ ବର୍ଷ ଧରି ଖରା, ବର୍ଷା ଶୀତ ରେ ଦିନ ବିତାଇ ଥାଆନ୍ତି, ଠିକ୍ ଏ ଭଳି ଛଉ ଗଉଡ ନିଜେ ଚାଲ କାନ୍ଥ କୁଡିଆ ତିଆରି କରି ତା ଉପରେ ପଲିଥିନ୍ ଜରି ଢାଙ୍କି ବହୁ ଅସୁବିଧାର ସମ୍ମୁଖିନରେ ରହି ଥିବା ଦୃଶ୍ୟ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ନିକଟରେ ଦୁଃଖର ସହିତ ପ୍ରକାଶ କରି ଥିଲେ, ଏ ନେଇ ଉଭୟେ ଙ୍କ ଘରର ଦୃଶ୍ୟ ଦେଖାଉଛୁ, ଶକ୍ତି ଟିଭି ପକ୍ଷରୁ ବିଗତ ଦିନରେମଧ୍ୟ ଦୁଇ ଜଣକଙ୍କ ସମସ୍ୟା ବିପଦ ସଙ୍କୁଳ ଥିବାରୁ ବିଗତ ଦୀନର ବିଡ଼ିଓ ମହାଶୟ ତଦନ୍ତ କରି ଚାଉଳ ପାଞ୍ଚ କିଲୋ ଓ ଭତ୍ତା ଏକ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଇ ଥିଲେ ବୋଲି ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଓ ଶକ୍ତି ଟିଭି ବିୟୁରି ଚିପ ଙ୍କ ନିକଟରେ ପ୍ରକାଶ କରି ଥିଲେ, ଓ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କୁ ମଧ୍ୟ ପ୍ରାର୍ଥନା ଜଣାଇ ଛନ୍ତି ଯେ, ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଅନ୍ତଦ୍ୱୟ ଚାଉଳ, ଭତ୍ତା ପନ୍ଦର ଶହ ଓ ସରକାରୀ ବାସ ଗୃହ ଯୋଗାଇ ଦେବା ପାଇଁ, ଛଉ ଗଉଡ ଓ ସତମତି ମାଝୀ ଅନୁରୋଧ କରିଥିଲେ, ଏହି ପରୀପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କୁ ଫୋନ ଯୋଗେ ପଚାରିବାରୁ ମହା ଶୟ କହି ଥିଲେ ଯେ ସେହି ପଂଚାୟତର ପିଇଓ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କହି ଥିଲେ । ହେଲେ ଦେଖିବାକୁ ବାକି ରହିଲା ଯେ କେବେ ଦୁଇ ଜଣ ବୃଦ୍ଧା ମହିଳାଙ୍କ ଙ୍କ ଦୁଃଖ ଦୁର ହେବ ବୋଲି ସ୍ଥାନୀୟ ବାସିନ୍ଦା ମାଧବ ମାଝୀ ଓ କୃଷ୍ଣ ମାଝୀ ପ୍ରମୁଖ ଉପସ୍ଥି ରହି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ଥିଲେ,
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ,ଜାଗ୍ରତଭାରତ ନିୟୁଜ



