Spread the love

ସ୍କୁତିଚାରଣ ସଭା ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର – ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ଲୋକମାନଙ୍କର ନିକଟରେ ପହଞ୍ଚୁ ଥିବା ବ୍ୟକ୍ତି ହେଉଛନ୍ତି ହରିହର ସାମଲ। ଆଜି ତାଙ୍କର ଏକାଦଶାହ ଉପଲକ୍ଷେ ଆୟୋଜିତ ଏକ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ସରୋଜ କୁମାର ମଲ୍ଲୀକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୃର୍ବତନ ଏବିଓ ପ୍ରମୋଦ କୁମାର ସାମଲ, ଶିକ୍ଷାବିତ ଭାରତ ଭୁଷଣ ମଲ୍ଲିକ, ଧନେଶ୍ଵର ଦାଶ, ପୃର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ, ଭୁବନାନନ୍ଦ ସାମଲ, ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ, ଶିକ୍ଷାବିତ ଗୁଣନିଧି ଦାଶ, ରମାକାନ୍ତ ନାୟକ,ବସନ୍ତ କୁମାର ରାଉତ, ଶିକ୍ଷାବିତ ସାଧୁଚରଣ ସାମଲ, ଶିକ୍ଷାବିତ ଓ ସଂଗଠକ ମୀନକେତନ ପୁହାଣ, ପୃର୍ବତନ ସରପଞ୍ଚ ପ୍ରମୋଦ କୁମାର ସାମଲ, ଘନଶ୍ୟାମ ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ହରିହର ସାମଲଙ୍କ ବିଷୟରେ ମତପ୍ରକାଶ କରିଥିଲେ ଯେ ସେ ଏକାଧାରରେ ଜଣେ ଆଦର୍ଶ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ ବ୍ୟକ୍ତି ଥିଲେ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ସନ୍ତୋଷ, ସଂଗ୍ରାମ, ସୁବ୍ରତ ଏବଂ ଜୋଇଁ ସଞୟ ପ୍ରମୁଖ ସହଯୋଗ କରିଥିଲେ।ଏସମସ୍ତ କାର୍ଯ୍ୟକ୍ରମରେ ବଡ଼ଭାଇ ଶ୍ରୀଧର ସାମଲ ଓ ବନ୍ଧୁ ବାନ୍ଧବ ସମସ୍ତେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

You missed