ବିଜେପି କାର୍ଯ୍ୟାଳୟ ସିଂହପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

-ଯାଜପୁର — ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ନେତ୍ରୀ ବବିତା ମଲ୍ଲୀକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ବେଶ୍ ଆଡ଼ମ୍ବର ଓ ଉତ୍ସାହ ସହ ପାଳନ ହୋଇଯାଇଛି। ସଭାରେ ମହିଳା ମାନଙ୍କ ସମ୍ମାନ , ସଶକ୍ତିକରଣ ଏବଂ ସମାଜ ଗଠନରେ ସେମାନଙ୍କ ର ଅପୂର୍ବ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଏହି ମହିଳା ଦିବସ ରେ ମହିଳା ମାନେ କିଭଳି ଭାବେ ହଳଦୀ ଗୁଣ୍ଡ,ବଢ଼ି ଓ ପାମ୍ପଡ ତିଆରି କରି ବିକ୍ରୀ କରୁଥାନ୍ତି ସେ ବିଷୟରେ ପ୍ରକାଶ କରିଥିଲେ।ଏହି ସଭାରେ ବବିତା ମଲ୍ଲୀକଙ୍କ ସମେତ ସଂଯୋଜକ ନିରଞ୍ଜନ ବେଉରିଆ, ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରାକାଶ ନାୟକ, ମଞ୍ଜୁଲତା ପଣ୍ଡା,ନମିତା ନାୟକ,ମାମିନା ବିଶ୍ଵାଳ,ମାମିନା ରାୟ,ପ୍ରେମଲତା ଯେନା,ସସ୍କିତା ବେହେରା,ଲୁସି ପରିଡ଼ା,ଶାନ୍ତିଲତା ମିଶ୍ର, ଅଜୟ ଖଣ୍ଡୁଆଳ, ସଂଜୟ ପତି,ଶ୍ରୀଧର ଜେନା ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉତରିୟ ଦିଆଯାଇ ସମ୍ମାନିତ କରାଯାଇଥିଲା।

