ଶ୍ରୀ ଶ୍ରୀ ମହାପ୍ରଭୁ ଚୈତନ୍ୟଙ୍କ ନବଦ୍ବୀପ ଲୀଳା ପୁସ୍ତକର ଉନ୍ମୋଚନ ଉତ୍ସବ ଏବଂ ବୈଷ୍ଣବ ସମ୍ମିଳନୀ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ବିଷୟ—- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବଡଦୋଗଡା ସ୍ଥିତ ଶ୍ରୀ ଶ୍ରୀ ଗୋପିନାଥ ଜୀଉଙ୍କ ପୀଠରେ ବିଶିଷ୍ଟ ଲେଖକ ଅଧିକାରୀ ନବ କିଶୋର ଦାସଙ୍କ ରଚିତ ଶ୍ରୀ ଶ୍ରୀ ମହାପ୍ରଭୁ ଚୈତନ୍ୟଙ୍କ ନବଦ୍ବୀପ ଲୀଳା ପୁସ୍ତକର ଲୋକାର୍ପଣ ଉତ୍ସବ ଓ ବୈଷ୍ଣବ ସମ୍ମିଳନୀ ଏବଂ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିରଜା ରତ୍ନ ପଣ୍ଡିତ ଭୁପତି ଭୁଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଦୀପକ ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ଓ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ,ଚିରନ୍ତନୀ ର ସମ୍ପାଦିକା ସଂଯୁକ୍ତା ମହାପାତ୍ର ଏବଂ ତ୍ରିଦଣ୍ଡୀ ସ୍ବାମୀ ଭକ୍ତି ବିବେକ ମଧିସୁଦନ ମହାରାଜ ଓ ମହନ୍ତ ଶ୍ରୀ ନବଗୈରାଙ୍ଗ ଦାସ ପ୍ରମୁଖ ଯୋଗଦେଇ ଥିଲେ।ସଭାରେ ବୈଷ୍ଣବ ସମାଜର ସମ୍ପାଦକ ତପନ କୁମାର ଦାସ ସଞ୍ଚାଳକ ଦାୟିତ୍ଵ ନିର୍ବାହ କରିଥିଲେ। ସମାଜସେବୀ ବୀରେନ୍ଦ୍ର କୁମାର ମହାନ୍ତି, କଳାକାର ଅଭିମନ୍ୟୁ ମିଶ୍ର, ବିଶିଷ୍ଟ ଚିକିତ୍ସକ ଡା ରୁପ ନାରାୟଣ ସାହୁ, ଚକ୍ଷୁ ଚିକିତ୍ସାଧିକାରୀ ରଶ୍ମି ମହାଳିକ, ସମାଜସେବୀ ହୃଷିକେଶ ପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
