ପଖାଳ ପରବ ଆଡ଼ମ୍ବର ସହ ପାଳିତ
ଢେଙ୍କାନାଳ: 20/3- ଓଡ଼ିଆ ପାରମ୍ପରିକ ଖାଦ୍ୟ “ପଖାଳ”ର ଗୁରୁତ୍ୱ ତଥା ସ୍ଥାନୀୟ ସଂସ୍କୃତିକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ “ପଖାଳ ପରବ” ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଦହି ପଖାଳ ସହ ପରମ୍ପରାଗତ ଓଡ଼ିଆ ବ୍ୟଞ୍ଜନର ପ୍ରଦର୍ଶନ ଓ ବିତରଣ କରାଯାଇଥିଲା। ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ପଖାଳର ସ୍ୱାଦ ଉପଭୋଗ କରିଥିଲେ l ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଏହି ପର୍ବ ପାଳନ ପାଳନ କରାଯାଇଥିଲା l



