Spread the love

ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ, ଯାହା ଦେଶବ୍ୟାପୀ ୧୭ଟି ସହରରେ ଆୟୋଜିତ ହେବ। ଏହି ସମୟ ମଧ୍ୟରେ ମୋଟ ଚାରୋଟି ଦଳ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଟିମ୍ ଭାରତ ଆସିବେ।

ଘରୋଇ ସିଜିନ୍ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି । ତେବେ ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ T-୨୦ ମ୍ୟାଚ୍‌ ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-୨୦ମ୍ୟାଚ୍ । ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ODI ଓ ୩ଟି ଟି-୨୦ ଖେଳିବ । ୩ ମ୍ୟାଚ୍‌ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳିବ ।ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା । ଭାରତୀୟ ଦଳର ଘରୋଇ ସିଜିନ୍ ୱେଷ୍ଟଇଣ୍ଡିଜ୍‌ର ଭାରତ ଗସ୍ତ ସହିତ ଆରମ୍ଭ ହେବ। ଏହି ଗସ୍ତ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଖେଳାଯିବ, ତା’ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।ୟ

ଓ୍ବାନଡେ ସିରିଜର ସମସ୍ତ ତିନୋଟି ମ୍ୟାଚ୍ ତିରୁବନନ୍ତପୁରମ୍‌, ଗୌହାଟି ଏବଂ ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଏହା ପରେ, ଟି-୨୦ ସିରିଜ୍ ହେବ, ଏହାର ସମସ୍ତ ମ୍ୟାଚ୍ ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଆୟୋଜନ କରାଯିବ। ଏହି ଘରୋଇ ସିଜିନ୍‌ରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଅଷ୍ଟ୍ରେଲିଆ ବିପକ୍ଷରେ ହେବ। ଅଷ୍ଟ୍ରେଲିଆ ଦଳ ଆସନ୍ତା ଜାନୁଆରୀରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିବାକୁ ଯାଉଛି।

ଏହା ପରେ, ଭାରତ ଡିସେମ୍ବର ୨୦୨୬ରେ ଶ୍ରୀଲଙ୍କାକୁ ତିନୋଟି ODI ଏବଂ ତିନୋଟି T୨୦ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଆତିଥ୍ୟ କରିବ। ଏହି ସିରିଜର ODI ମ୍ୟାଚ୍ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ଖେଳାଯିବ, ଯେତେବେଳେ ରାଜକୋଟ, କଟକ ଏବଂ ପୁଣେ T୨୦ ମ୍ୟାଚ୍ ଆୟୋଜନ କରିବେ।

Leave a Reply

Your email address will not be published. Required fields are marked *