Spread the love

ଵଲାଙ୍ଗୀର: ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏପରିକି ବିଧାୟକ ଜୈନଙ୍କ ସୁରକ୍ଷା ଦାୟିତ୍ୱରୁ ପିଏସ୍‌ଓ ନାଗଙ୍କୁ ଅନ୍ତର କରାଯାଇଛି।

ଉତ୍ତରାଞ୍ଚଳ ଆଇଜିଙ୍କ ଜେରା ପରେ ପିଏସ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି କହିଛନ୍ତି।

ସୂଚନା ଯୋଗ୍ୟ, ଟିଟିଲାଗଡ଼ ସହରରେ ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଆଧ୍ୟାତ୍ମିକ ଶୋଭାଯାତ୍ରା ହୋଇଥିଲା। ସେତିକିବେଳେ ସର୍ବସମ୍ମୁଖରେ ବିଧାୟକ ଫାଙ୍କା ଗୁଳିଚାଳନା କରିଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା।

Leave a Reply

Your email address will not be published. Required fields are marked *