Spread the love

ଓଡ଼ିଆ ଅନୁସୂଚିତ ଜାତି ଓ! କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର ରାଜ୍ୟସ୍ତରୀୟ ୧ମ କାର୍ଯ୍ୟକାରିଣୀ ସମିତି ବୈଠକ -୨୦୨୬

ଭୂବନେଶ୍ଵର/ଅନୁଗୁଳ(ଧନଞ୍ଜୟ ପ୍ରଧାନ): ତା ୨୬-୦୪-୨୦୨୬ (ରବିବାର) ଅନୁଗୁଳର ବ୍ଲାକ ଡାଇମଣ୍ଡ ସଭାଗୃହ ଠାରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ, ଓଡ଼ିଶା, ଭୁବନେଶ୍ବରର “ରାଜ୍ୟସ୍ତରୀୟ ୧ମ କାର୍ଯ୍ୟକାରିଣୀ ସମିତି ବୈଠକ -୨୦୨୬” କାର୍ଯ୍ୟକ୍ରମ ରାଜ୍ୟ ସଙ୍ଗଠନର ସଭାପତି ଶ୍ରୀ ଗଙ୍ଗାଧର ନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିର୍ସା ମୁଣ୍ଡା ଓ ବାବାସାହେବ ଆମ୍ବେଦକରଙ୍କର ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀ ଯୁକ୍ତ ଅଗସ୍ତି ବେହେରା ଓ ମାନ୍ୟବର ବିଧାୟକା ହିନ୍ଦୋଳ ଶ୍ରୀ ମତୀ ସୀମା ରାଣୀ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ସର୍ବାଧିକ ସଦସ୍ୟତା ହାସଲ କରିଥିବା ବଲାଙ୍ଗୀର ଜିଲ୍ଲା ଶାଖାର ପ୍ରତିନିଧିଙ୍କୁ ରାଜ୍ୟ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ନୂତନ ଭାବରେ ଗଠିତ ବିଭିନ୍ନ ଜିଲ୍ଲା ଓ ବ୍ଲକ କମିଟି ଗୁଡିକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏହି ସଭାରେ ରାଜ୍ୟ ସଙ୍ଗଠନର କର୍ମକର୍ତ୍ତା ଶ୍ରୀ ମୀନକେତନ ମାଝୀ, ଶ୍ରୀ ପୃଥିରାଜ ହାନ୍ସଦା, ଶ୍ରୀ ଅସିତ କୁମାର ନାୟକ, ଶ୍ରୀ ଧନଞ୍ଜୟ ପ୍ରଧାନ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ/ସଦସ୍ୟା, ରାଜ୍ୟ ପର୍ଯ୍ୟବେକ୍ଷକବୃନ୍ଦ ଉପଦେଷ୍ଟା ମଣ୍ଡଳୀ, ଜିଲ୍ଲା ପରାମର୍ଶ ଦାତାଗଣ, ରାଜ୍ୟ ସଂଯୋଜକମାନେ ଏବଂ ରାଜ୍ୟ ର ସମସ୍ତ ଜିଲ୍ଲା ଓ ବ୍ଲକ ପରିଷଦର ସଭାପତି, ସମ୍ପାଦକ, କର୍ମକର୍ତ୍ତା ତଥା ସଂଯୋଜକ ମାନେ ଇତ୍ୟାଦି ଯୋଗଦାନ କରିଥିଲେ। ଶ୍ରୀ ନବକିଶୋର ଦୀପ ବ୍ଉଦ ଜିଲ୍ଲା ଶାଖାର ସଭାପତି ଉପସ୍ଥାପକ କାର୍ଯ୍ୟ ତୁଲାଇଥିଲେ। ପରିଶେଷରେ, ଶ୍ରୀ ଯୁକ୍ତ ଲଳିତ ମୋହନ ବେହେରା, ଅନୁଗୁଳ ଜିଲ୍ଲା ଶାଖାର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *