ବାୟୁ ପ୍ରଦୂଷଣ ଯୋଗୁଁ ତାଳଚେରରେ ତାପମାତ୍ରା ବୃଦ୍ଧି
ତାଳଚେର, ୨୭/୦୪ ଗ୍ରୀଷ୍ମଋତୁରେ ରାଜ୍ୟର ଅନେକ ସ୍ଥାନରେ ବାୟୁ ପ୍ରଦ୍ୟୁଷଣ ଉତ୍କଟ ହେଉଥିବାରୁ ଏହାକୁ ନେଇ ପରିବେଶବିତ ମାନେ ବିଭିନ୍ନ ମତପୋଷଣ କରୁଥିବା ବେଳେ ବାୟୁ ପ୍ରଦ୍ୟୁଷଣ ବଢ଼ିବା ଚିନ୍ତାର କାରଣ ପାଲଟିଛି । ତାଳଚେର ଅଂଚଳରେ ରହିଥିବା ଖଣିଖାଦାନ ଓ ବିଭିନ୍ନ କଳକାରଖାନା ଯୋଗୁଁ ସେଥିରୁ ନିର୍ଗତ ବାୟୁ ପ୍ରଦ୍ୟୁଷଣ ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଅନୁଗୋଳରେ ପିଏମ ୧୦ବାୟୁ ପଦ୍ୟୁଷଣ ସୂତାଙ୍କ ୨୦୮ ଛୁଇଁଛି । ଶୁକ୍ରବାର ଏଠାରେ ଏହି ସୂଚାଙ୍କ ୩୦୪ ରହିଥିଲା । ସାମ୍ପ୍ରତିକ ସ୍ଥିତିରେ ଉଚ୍ଚତାପମାତ୍ରା ଯୋଗୁଁ ବାୟୁ ପ୍ରଦ୍ୟୁଷଣ ବୃଦ୍ଧି କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶୀତଦିନରେ ବାୟୁ ମଣ୍ଡଳରେ ଜଳୀୟବାଷ୍ପ ଅଧିକ ରହିଥିବାରୁ ଧୂଳିକଣା ବାୟୁମଣ୍ଡଳ ଉପରି ଭାଗକୁ ଉଠିପାରେ ନାହିଁ, ତେଣୁ ବାୟୁ ପ୍ରଦ୍ୟୁଷଣ ବଢ଼ି ଯାଇଥାଏ । ଗ୍ରୀଷଋତୁରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ନଥାଏ । ଟ୍ରକ ହାଇୱା ଗୁଡ଼ିକରେ ଖଣି ମଧ୍ୟରେ ଓ ଖଣି ବାହେରେ ଅହରହ ପରିବହନ ଓ ଲୋଡ଼ ଅନଲୋଡ଼ ଯୋଗୁଁ ନିର୍ଗତ ଧୂଳିକଣା ବାୟୁମଣ୍ଡଳକୁ ଆସିଥାଏ । ଗାଡ଼ି ମଟର ପ୍ରଚୁର ପରିମାଣରେ ଚଳାଚଳ କରିବା ଦ୍ୱାରା ଧୂଳିକଣା ଉଠି ବାୟୁ ମଣ୍ଡଳକୁ ଆସେ । ଉଚ୍ଚ ତାପମାତ୍ରା ଯୋଗୁଁ ଧୂଳିକଣାରୁ ଜଳୀୟବାଷ୍ପ ଶୁଷ୍କ ହେବାକୁ ଯୋଗୁଁ ଧୂଳିକଣା ବାୟୁ ମଣ୍ଡଳକୁ ଆସିଥାଏ । ତେଣୁ ନିୟମିତଭାବେ ରାସ୍ତାରେ ପାଣି ସିଂଚନ ନହେବା ବାୟୁ ପ୍ରଦ୍ୟୁଷଣ ବୃଦ୍ଧିର କାରଣ । ଉଚ୍ଚ ତାପମାତ୍ରା ଯୋଗୁଁ ଗଛପତ୍ରରେ ଲାଗିଥିବା ଧୂଳିକଣାରୁ ଜଳୀୟବାଷ୍ପ ଶୁଷ୍କ ହୋଇଯାଏ, ଫଳରେ ଧୂଳିକଣା ବାୟୁ ମଣ୍ଡଳକୁ ଆପେ ଆପେ ଚାଲିଆସେ ଏବଂ ବାୟୁ ମଣ୍ଡଳରେ ଏହା ଘୂରୀବୁଲେ । ତେଣୁ ଶିଳ୍ପାଚଂଳରେ ରାସ୍ତାରେ ଦିନକୁ ୪ରୁ ୫ଥର ପାଣି ସିଚଂନ କରିବାର ଆବଶ୍ୟକତା ରହିଥିଲେ ମଧ୍ୟ ପ୍ରଶାସନ ଏହାକୁ ନେଇ ଚିନ୍ତା ପ୍ରକଟ କରୁଥିବା ଭଳିମନେ ହେଉନାହିଁ । କିଛିଦିନ ପୂର୍ବରୁ ତାଳଚେରରେ ବାୟୁ ପ୍ରଦ୍ୟୁଷଣ ସୂଚାଙ୍କ ମାତ୍ରାଧିକ ରହିଥିବାରୁ ଜିଲ୍ଳାପାଳ ଏହକୁ ଦୃଷ୍ଟିରେ ରଖି ୭ଦିନ ପାଇଁ ଜାତୀୟ ରାଜପଥ ସହ ଅନ୍ୟାନ୍ୟ ରାସ୍ତା ଗୁଡ଼ିକରେ ପାଣି ସିଚଂନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ଏହାକୁ ବନ୍ଦକରି ଦେଇଥିବାରୁ ବାୟୁ ପ୍ରଦ୍ୟୁଷଣ ଯୋଗୁଁ ତାଳଚେରରେ ତାପମାତ୍ରା ବୃଦ୍ଧି ପାଉଛି ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି । ତେଣୁ ଜିଲ୍ଳାପାଳ ଏଥିପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସର୍ବସାଧାରଣରେ ଦାବି ହୋଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)