Spread the love

ଯାଜପୁର — ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଏବଂ ବ୍ୟବସାୟି ସ୍ବର୍ଗତ ବିଜୟ କୁମାର ପାତ୍ରଙ୍କ ଏକାଦଶାହରେ ସ୍କୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଗଦାଧର ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ସାମଲ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଦୀପ ମନ୍ତ୍ର,,ନୀରବ ପ୍ରାର୍ଥନା,ତିନିଜଣ ଅତିଥି ମାନଙ୍କୁ ଉତରିୟ ଦିଆଯାଇ ସମ୍ମାନିତ କରାଯାଇଥିଲା। ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ ସ୍ବର୍ଗତ ବିଜୟ କୁମାର ପାତ୍ର ଏକାଧାରରେ ଜଣେ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ଲୋକମାନଙ୍କର ନିକଟରେ ଅବସ୍ଥିତ ଥିଲେ।ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃର୍ବତନ ବ୍ଳକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ପୁରୁଷୋତ୍ତମ ବେହେରା, ପୃର୍ବତନ ସରପଞ୍ଚ ନିରଞ୍ଜନ ବେଉରିଆ, ଭୁବନାନନ୍ଦ ସାମଲ, ସୁଶାନ୍ତ କୁମାର ନାୟକ, ମେଘନାଦ ମହାଳିକ, ସନ୍ତୋଷ କୁମାର ବେଉରିଆ,ନିଖିଳ ସାମଲ, ନିରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ଥାଟୋଇ, ଡ଼ଃ ଦେବପ୍ରସାଦ ସାମଲ,, ଗଜେନ୍ଦ୍ର କୁମାର ଧଳ,ସୁବାଷ ଚନ୍ଦ୍ର ପ୍ରଧାନ,ମାନସ ରଞ୍ଜନ ବେଉରିଆ ।, କଳାକାର ପାତ୍ର, ଅକ୍ଷମ କୁଉସାମଲ,ଭରତ ଚନ୍ଦ୍ର ନାୟକ।

Leave a Reply

Your email address will not be published. Required fields are marked *