ଭଟଲି ବ୍ଲକ ବାରିକ ସମାଜ ର ନୂତନ କର୍ମକର୍ତା ଚୟନ

ଭଟଲି ୧୬/୫ :- ଭାଟଲି ବ୍ଲକ୍ ବାରିକ୍ ସମାଜ ତରଫରୁ ବିନୋଦ ବାରିକ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ନୂତନ କର୍ମକର୍ତା ଚୟନ ଓ ବିଦାୟ ସମର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ପୂର୍ବତନ ବ୍ଲକ ସଭାପତି କନ୍ଦର୍ପ ପଶାୟତ ଙ୍କୁ ବିଦାୟ ସମର୍ଦ୍ଧନା ଦିଆଯାଇଥିବା ବେଲେ ନୂତନ ସଭାପତି ଭାବେ ପୁରୁଷୋତ୍ତମ ପଶାୟତ, ଆଇନ ପରାମର୍ଶ ଦାତା ଭାବେ ନିଗମ ପଶାୟତ ଏବଂ ସମାଜ ର ମୁଖ୍ୟ ପରିଚାଳକ ଭାବେ ଦିଗାମ୍ବର ପଶାୟତ ଙ୍କୁ ମନୋନୀତ କରାଯାଇ ଥିଲା ଏବଂ ସମାଜ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା l ଯେଉଁଥିରେ ଆସନ୍ତା ଭଟଲି ବାହୁଡ଼ା ରଥଯାତ୍ରା ରେ ସମାଜ ତରଫରୁ ପାନୀୟ ଜଳ ର ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଶେଷରେ ଶାନ୍ତନୁ ପଶାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଲେ ସଭା ର ସଭାପତି ବିନୋଦ ବାରିକ ସମସ୍ତ ଙ୍କ ମଙ୍ଗଳ କାମନା କାରି ସଭା ସାଙ୍ଗ କରିଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-2-scaled.jpg)
