ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଳ୍ୟରେ ତ୍ରିଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ-

ତାଳଚେର -୧୪/୫/୨୦୨୬-ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସର୍ବଶେଷ ଶିକ୍ଷଣ କୌଶଳ ସହ ଅଭ୍ୟସ୍ତ କରାଇବା ଓ ଦକ୍ଷତାର ବିକାଶ ଘଟ।ଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ
ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟର ଆନୁକୂଳ୍ୟରେଦକ୍ଷତା ବିକାଶ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଛି।
ଏହି କ୍ରମରେ, ମାଧ୍ୟମିକ ସ୍ତରୀୟ ଓଡ଼ିଆ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏକ ତ୍ରିଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ, ଜଗନ୍ନାଥ କ୍ଷେତ୍ର ,ଡେରା ଠାରେ ୧୪ ତାରିଖରେ ଉଦଯାପିତ ହୋଇଯାଇଛି। ଗତ ୧୨ ତାରିଖରେ ଏହାର ଉଦଘାଟନୀ ଉତ୍ସବରେ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ପୌରହିତ୍ୟ କରି ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ପ୍ରଶିକ୍ଷଣ ନିମନ୍ତେ ଶ୍ରୀଯୁକ୍ତ ଶୁଭେନ୍ଦୁ ବୋଷ ଅଧ୍ୟକ୍ଷ, ଡିଏଭି ପବ୍ଲିକ୍ ସ୍କୁଲ, ଏମସିଏଲ ଅନନ୍ତବିହାର ଓ ଶ୍ରୀ ରଞ୍ଜନ କୁମାର ପଟେଲ, ଅଧ୍ୟକ୍ଷ, ଡିଏଭି ପବ୍ଲିକ୍ ସ୍କୁଲ, ଏମସିଏଲ ବସୁନ୍ଧରା ସମୀକ୍ଷକ ଓ ମୂଲ୍ୟାୟନକାରୀ ଭାବେ ଯୋଗଦେଇଥିଲେ। ସେହିପରି ଭାବେ ହିନ୍ଦୀ ପ୍ରଶିକ୍ଷଣ ନିମନ୍ତେ ସମୀକ୍ଷକ ଓ ମୂଲ୍ୟାୟନକାରୀ ଭାବେ ଏମ. ଏମ. ହକ, ଅଧ୍ୟକ୍ଷ ଡ଼ିଏଭି ପବ୍ଲିକ ସ୍କୁଲ, ନିମାପଡା ଓ ସସ୍ମିତା ତ୍ରିପାଠୀ, ପ୍ରଧାନ ଶିକ୍ଷୟିତ୍ରୀ, ଡ଼ିଏଭି ପବ୍ଲିକ ସ୍କୁଲ, ଛଟନପଲ୍ଲୀ, ସୁନ୍ଦରଗଡ଼, ଯୋଗଦେଇଥିଲେ। ସୂଚନାଯୋଗ୍ୟ,
ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ କେ.ସି. ଶତପଥୀଙ୍କ ଦିଗଦର୍ଶନରେ ସମଗ୍ର ଓଡ଼ିଶାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିମନ୍ତେ ଏହି ଶୈକ୍ଷିକ କାର୍ଯ୍ୟକ୍ରମ ନିରନ୍ତର ଆୟୋଜିତ ହୋଇଆସୁଛି।
ଏହି କର୍ମଶାଳାରେ ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା, ଜୋନ -‘ଡି ‘ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର କର୍ମ ଶାଳାର ଲବବ୍ଧ ଜ୍ଞାନକୁ ଶ୍ରେଣୀ ଗୃହରେ ଉପଯୁକ୍ତ ବିନିଯୋଗ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ। କର୍ମ ଶାଳାରେ ବିଷୟ ବିଶାରଦଗଣ ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ବିଭିନ୍ନ ବିଭାଗର ଶିକ୍ଷାଦାନର ଅଭିନଵ କୌଶଳ, ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ବୈଶିଷ୍ଟ୍ୟର ଆଧାରଣ,ସର୍ଜନଶୀଳ ସାଧନାର ବିକାଶ, ବ୍ୟାକରଣ ଶିକ୍ଷାଦାନର ଆହ୍ୱାନ ଓ ତା ‘ର ସମାଧାନ, ପ୍ରବନ୍ଧ ଓ ପତ୍ରଲିଖନର ନବୀନ ପଦ୍ଧତି ଆଦି ପ୍ରସଙ୍ଗରେ ବିଶେଷ ଆଲୋକପାତ କରିଥିଲେ।
ସମଗ୍ର ଓଡ଼ିଶାର ଡିଏଭି ସଂସ୍ଥାନଗୁଡ଼ିକରୁ ପ୍ରାୟ ୧୧୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିବା ସ୍ଥଳେ ୨୨ ଜଣ ଶିକ୍ଷକ ପ୍ରଶିକ୍ଷକ ବିଭିନ୍ନ ବିଷୟରେ ପ୍ରଶିକ୍ଷ।ର୍ଥୀ ମାନଙ୍କୁ ତାଲିମ ଦେଇଥିଲେ। ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କାରିମାନେ ନିଜର ଅନୁଭୂତି ବର୍ଣ୍ଣନା କରିବା ଅବସରରେ ଡ଼ିଏଭି ଆଞ୍ଚଳିକ ନିର୍ଦେଶାଳୟର ଏହି ଅଭିନଵ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।



