Spread the love

ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

୨୯-୫-୨୦୨୬: ଅନୁଗୁଳ ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ଓ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳଙ୍କ ସହଯୋଗରେ ୨୮-୨୯ ମେ ଦୁଇ ଦିନ ଧରି ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଣିହାଁ ବନାଞ୍ଚଳ ର ସଂସାମରା, ଲୁହାମୁଣ୍ଡା, ଚିନ୍ତାମଣି ପୁର,ପୋଡାଗଡ, ଲୋଧାଝରି ଗ୍ରାମ ମାନଙ୍କରେ ଆଠମଲ୍ଲିକ ବ୍ଲକ ହରିଡ଼ାକୋଠା ଗ୍ରାମର ବାବା ଭୁବନେଶ୍ୱର ଦଣ୍ଡ ନୃତ୍ୟ ସଂଘ, ସହାୟତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗ୍ରାମ ସଭା ମାଧ୍ୟମରେ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା, ବନାଗ୍ନି ନିରାକରଣ, ବୃକ୍ଷ ରୋପଣ ଓ ଜଙ୍ଗଲ ର ଅଭିବୃଦ୍ଧି ଉପରେ ସଚେତନତା କରାଯାଇଥିଲା। ଜଙ୍ଗଲ ଉପରେ ମନୁଷ୍ୟ ଓ ସମଗ୍ର ଜୀବ ଜଗତର ନିର୍ଭରଶୀଳତା, ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟା ପ୍ରାଣୀମାନେ ପାଉଥିବା କଷ୍ଟ ଓ ଧନ ଜୀବନ ହାନି ଓ ସେଥିପାଇଁ ବ୍ୟବସ୍ଥା ଓ ଲୋକଙ୍କ ଭୂମିକା ଉପରେ ଆଲୋଚନା କରିବା ସହିତ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ସମ୍ଭନ୍ଧରେ ସଚେତନ କରାଯାଇଥିଲା।କଣିହାଁ ବନାଞ୍ଚଳ ର ବନପାଳ ପ୍ରଦୀପ କୁମାର ପ୍ରଧାନ ,ପଙ୍କଜ କୁମାର୍ ବେହେରା ,ବନରଖି ସୁପ୍ରଭା ସ୍ବାଇଁ,ଜିତେନ୍ଦ୍ର କୁମାର ସାହୁ,ମନୋଜ କୁମାର ନାୟକ, ନରୋତ୍ତମ ଦେହୁରି, ଉର୍ମିଳା କିଶାନ।ଦଣ୍ଡନୃତ୍ୟ ଦଳପତି ମନ୍ମଥ ଭୁରୁଭୂରୀ, ବିଶ୍ୱ ଯୁବ କେନ୍ଦ୍ର କର୍ମୀ ଅଭୟ ଚରଣ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କଣିହାଁ ବନାଞ୍ଚଳ ଅଧିକାରୀ ଶୁଭ୍ରା ଶୁଚିସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *