ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ ବାଲିଗୁଡ଼ା, ତା, ୦୫/୦୬: (ସୁଶୀଳ କୁମାର ପାଣିଗ୍ରାହୀ): ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ବନ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ଼ ବନାଞ୍ଚଳର ସମସ୍ତ କର୍ମଚାରୀ, କୋଟଗଡ଼ ସ୍ଥିତ ସିଆରପିଏଫ୍ କ୍ୟାମ୍ପର ଯବାନମାନେ ଏବଂ କୋଟଗଡ଼ ଥାନାର ପୋଲିସ୍ କର୍ମଚାରୀମାନେ...



