ତାମିଲନାଡୁ : ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ ଏକ ଚୁଙ୍ଗୁଡ଼ି କମ୍ପାନୀରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମଞ୍ଜାନକାରାନାଇ ସ୍ଥିତ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟରେ ଗ୍ୟାସ୍ ଲିକ୍ ହୋଇଛି । ଗ୍ୟାସ୍ ଲିକର ପ୍ରକୃତ କାରଣ ଜଣାପଡ଼ିନାହିଁ । ବେଳେ କାର୍ଯ୍ୟରେ ନିୟୋଜିତ ଥିବା ଶତାଧିକ ଶ୍ରମିକ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ହଠାତ ଗ୍ୟାସ୍ ଲିକ୍ ଯୋଗୁ ଫ୍ୟାକ୍ଟ୍ରି ଭିତରେ...



