Spread the love

ଭୁବନେଶ୍ବର: ରାଜନୀତିରେ ଯୋଗଦେବେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ଏ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସୁଜାତା ହେଉଛନ୍ତି ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ମଧ୍ୟ ପାଣ୍ଡିଆନଙ୍କ ପରି ଆଇଏଏସ ଚାକିରୀ ଛାଡି ଦେଇଛନ୍ତି। ସେ ଚାକିରୀ ଛାଡିବା ପରେ ସେତେବେଳେ ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଭି କେ ପାଣ୍ଡିଆନଙ୍କ ପରି ସେ ମଧ୍ୟ ବିଜେଡିରେ ଯୋଗଦେବେ।

ହେଲେ ସେତେବେଳେ ତାହା ହୋଇ ନ ଥିଲା। କିନ୍ତୁ ବର୍ତ୍ତମାନ ଏହି ଚର୍ଚ୍ଚା ଜୋରଜାର ଧରିଛି।

ସୋମବାର ଦିନ ବିଜେଡି ନେତା ମନ୍ନଥ ରାଉତରାୟ ଖୋଲମ ଖୋଲା ସୁଜାତା ବିଜେଡିରେ ଯୋଗଦେବା କଥା ପରୋକ୍ଷରେ ସୂଚାଇଛନ୍ତି। ସେ କହିଛନ୍ତି ଯେ ସୁଜାତା ଆମ ଦଳରେ ଯୋଗ ଦିଅନ୍ତୁ ଏହା ଆମେ ଚାହୁଛୁ। ସେ ଯୋଗ ଦେଲେ ଦଳ ସୁଦୃଢ ହେବ। ଏଥିରେ କେତେକ ଅସନ୍ତୁଷ୍ଠ ହୋଇପାରିନ୍ତି। ହେଲେ ପରବର୍ତ୍ତି ସମୟରେ ସେମାନେ ତାଙ୍କୁ ସମର୍ଥନ କରିବେ। ସେତେକି ନୁହେଁ ମନ୍ମଥ ଏହା ମଧ୍ୟ କହିଛନ୍ତି ଯେ, ସୁଜାତା ବିଜେଡିରେ ଯୋଗ ଦେବା ପରେ ଜଣେ କର୍ମି ଭାବେ କାର୍ଯ୍ୟ କରିବେ। ସେ ଦଳର କୌଣସି ପଦପଦବୀରେ ରହିବେ ନାହିଁ। ଏପରିକି ନବୀନଙ୍କ ଉତ୍ତରାଧିକାରୀ ମଧ୍ୟ ହେବେ ନାହିଁ। ସେ କେବଳ ଦଳ ପାଇଁ କାମ କରିବେ। ସେ ଯେତେ ଜଲଦି ଆସିବେ ଆମେ ତାଙ୍କୁ ରେଡ କାର୍ପଟରେ ସ୍ବାଗତ କରିବୁ ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ସୁଜାତା ଚାକିରୀ ଛାଡିବା ପରେ କୁଆଡେ ବିଜେଡିରେ ଯୋଗ ଦେବା ନେଇ ନବୀନ ପଟ୍ଟନାୟକ ରାଜି ଥିଲେ। ହେଲେ ସେତେବେଳେ ସୁଜାତା ରାଜି ହୋଇ ନ ଥିଲେ। ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ଇଚ୍ଛା ଉପରେ ସେ ଆସିବା ନିର୍ଭର କରୁଛି। ଯଦି ନବୀନ ଚାହିଁବେ ତେବେ ସେଥିରେ ଆମେ କିଛି କହିବାର ନାହିଁ ବୋଲି ସେ କହିଛନ୍ତି। ତେବେ ଏ ନେଇ ନା ସୁଜାତା କାର୍ତ୍ତିକେୟନ ରାଉତଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପରି କି ନବୀନ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।

Leave a Reply

Your email address will not be published. Required fields are marked *