Spread the love

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡରେ ଗର୍ଜ୍ଜନ କରିବ ଛାତ୍ର କଂଗ୍ରେସ। ଏଥିରେ ଯୋଗଦେବେ ଯୁବ କଂଗ୍ରେସ କର୍ମିଙ୍କୁ ବେଶ ଉତ୍ସାହିତ କରିପାରୁ ଥିବା ନେତା କହ୍ନେୟା କୁମାର। ଆସନ୍ତା ୧୦ ତାରିଖରେ ସମ୍ବଲପୁରରେ ବଡ ଆନ୍ଦୋଳନ ଡାକରା ଦେଇଛି ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ। ଏଥିରେ ସେମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ସହିତ ବଡ ଆନ୍ଦୋଳନ କରିବେ।

ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହୋଇଥିବାରୁ ତାଙ୍କରି ଗଡରେ ଆକ୍ରୋଶ ସମାବେଶ କରିବାକୁ କଂଗ୍ରେସ ନିଷ୍ପତି କରିଛି।୧୦ ତାରିଖ ଅପରାହ୍‌ଣ ୫ଟାରେ ଧନକଉଡ଼ା ବ୍ଲକ୍‌ ଅଫିସ ପାଖ ପଡ଼ିଆାରେ ଆୟୋଜିତ ହେଉଥିବା ଏହି ବିଶାଳ ସମାବେଶରେ କହ୍ନେୟାଙ୍କ ସହିତ ଛାତ୍ର କଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ ମଧ୍ୟ ଯୋଗ ଦେବେ। ସେଦିନ ଅପରାହ୍‌ଣ ୩ଟା ୩୦ରେ ଅଇଁଠାପାଲି ମଙ୍ଗଳା ମନ୍ଦିର ପାଖରୁ ଏକ ବିଶାଳ ବାଇକ୍ ରାଲି ବାହାରି ସଭାସ୍ଥଳରେ ପହଞ୍ଚିବାର ସମସ୍ତ ପ୍ରସ୍ତୁତି କରାଯାଇଛି। ବର୍ତ୍ତମାନ ସମ୍ବଲପୁରରେ ପିସିସି ସଭାପତି ଡେରା ପକାଇ ଆନ୍ଦୋଳନକୁ ସଫଳ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି।

Leave a Reply

Your email address will not be published. Required fields are marked *