ଜିଲ୍ଲାପାଲ ଙ୍କ ଦଧିବାମନ ମନ୍ଦିର ପରିଦର୍ଶନ
ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ମହୋଦୟ ଅପର।ହ୍ନ 2.30 ଘଣ୍ଟା ସମୟରେ ଶ୍ରୀ ଶ୍ରୀ ଦଧିବାବନ ମନ୍ଦିର ଭଟଲି ପରିଦର୍ଶନ ରେ ଆସି ମହାପ୍ରଭୁ ଙ୍କ ଠାରେ ପୂଜା ଅର୍ଚନ। କରି ଥିଲେ । ଏହି ସମୟରେ ଉପସ୍ଥିତ ଥିବା ନବ ଗଠିତ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ମୋତିଲାଲ ବନଛୋର, ଭାଗିରଥି ପଧାନ, ରାମ ବେହେରା, ସୁରେଶ ସାହୁ ସମେତ ମୁଖ୍ୟ ପୂଜକ ପଣ୍ଡିତ ଗୌର ଚରଣ ରଥ ଜିଲ୍ଲାପାଳ ମହୋଦୟ ଙ୍କୁ ସ୍ୱାଗତ ଜଣାଇ ଥିଲେ । ଜିଲ୍ଲାପାଳ ଠାକୁର ଦର୍ଶନ ପରେ ମନ୍ଦିର ମଧ୍ୟରେ ଚାଲୁ ଥିବା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ ଓ ମନ୍ଦିର ବିକାଶ ପାଇଁ ଆଉ କଣ ଆବଶ୍ୟକତା ରହିଛି ଟ୍ରଷ୍ଟ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଙ୍କ ସହ ବିଡ଼ିଓ ପ୍ରମୋଦ ମେହେର ଜେଇ ଅ।କୁଳି ସାହୁ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପରାମର୍ଶ ଦେଇ କହି ଥିଲେ କି ଏହି ମନ୍ଦିର ଗ୍ରାମ ବାସୀଙ୍କର, ଗ୍ରାମବାସୀ ମାନେ ଓ ଟ୍ରଷ୍ଟ ବୋର୍ଡ଼ ବୈଠକ କରି ମନ୍ଦିର ର ପ୍ରମୁଖ ସମସ୍ୟା ଥିବା ରାସ୍ତା ନ ଥିବା ପାଇଁ ଚିନ୍ତା କରନ୍ତୁ ଜିଲ୍ଲାପ୍ରଶାସନ ସବୁବେଳେ ସହଯୋଗ ପାଇଁ ପ୍ରସ୍ତୁତ ଥିବା ଜଣାଇଥିଲେ। ଆଗାମୀ ପରିଦର୍ଶନ ସମୟରେ ଗ୍ରାମବାସୀ ଙ୍କ ନିଷ୍ପତି ଜଣାଇବାକୁ କହିଥିଲେ। ଏହି ମନ୍ଦିର ବିକାଶ ପାଇଁ ଆମ ଜିଲ୍ଲାପାଳ ନିୟମିତ ଅନ୍ତ୍ରରାଳରେ ମନ୍ଦିର ପରିଦର୍ଶନ କରୁଥିବାରୁ ମନ୍ଦିର ପ୍ରତି ତାଙ୍କ ବିଶେଷ ଦୃଷ୍ଟି ଥିବା ହୃଦବୋଧ କରି ଟ୍ରଷ୍ଠବୋର୍ଡ଼ ତରଫରୁ ଜିଲ୍ଲାପାଳ ଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରା ଯାଇଥିଲା।

June 9, 2026/
No Comments


