Spread the love

ଚାଷୀ ଙ୍କ ସମସ୍ୟା ନେଇ ଧାନ ମଣ୍ଡି ପରିଦର୍ଶନ କଲେ ଜୁନାଗଡ଼ ବିଧାୟକ

ଜୁନାଗଡ଼ : (ବାଲେଶ୍ୱର ସୁନାନୀ )11/5/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଚାଷୀ ଙ୍କ ଧାନ ବିକା ସମସ୍ୟା କୁ ନେଇ ଚାଷୀମାନେ ହନ୍ତସନ୍ତ ହୋଇ ଯାଇଛନ୍ତି, ମୁଣ୍ଡ ଝାଳ ତୁଣ୍ଡେ ମାରି 45ଡିଗ୍ରୀ ଉତ୍ତାପରେ ଚାଷ କରି କିଛି ଉପାର୍ଜନ କରି ମଣ୍ଡିରେ ଧାନ ବିକ୍ରୟ କରି ପରିବାର ଭରଣ ପୋଷଣ କରିବୁ, ପୁଅ ଝିଅ ଙ୍କୁ ଟିକେ ପାଠ ପଢେଇ ବୁ ବୋଲି ଚାଷୀ ଚାଷ କରି, ବିକ୍ରୟକରି ଟଙ୍କା ପାଇଲେ, ପୁଅ ଝିଅ ଖର୍ଚ୍ଚ କରି ବଳକା ଟଙ୍କା କୁ ଅଉ ଚାଷ କାମରେ ଲଗେଇବି ବୋଲି ଭାବିଥିଲା ବେଳେ ସରକାର ଧାନ ଉଠେଇ ନପାରୁଥିବାରୁ ଚାଷୀମାନେ ବିଧାୟକ ଙ୍କୁ ଜଣେଇବାପରେ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାପାଳ, ସିଏସଓ ଙ୍କ ସହ କଥା ହୋଇ ଚାଷୀ ମାନଙ୍କ ଧାନ ଶୀଘ୍ର ଉଠେଇବା ପାଇଁ ଜିଲ୍ଲାପାଳ ଓ ସି ଏସ ଓ ଙ୍କୁ ଜଣେଇ ଥିଲେ,ଜୁନାଗଡ଼ ର ତଳମଳା, ଆଟିଗାଁ, କେଲିଆ, କାଳିଆକୁଣ୍ଡଳ,ବାଲିଛଡା, ମହିଭର, ନୂଆଗୁଡା, ଚିଚୈଗୁଡା, ମାଟିଗାଁ, ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସମସ୍ୟା ପଚାରିବୁଝିଥିଲେ, ଏବଂ ସମସ୍ତ ମିଲର ମାନଙ୍କସହ ଫୋନେ ମାଧ୍ୟମରେ ଆଲୋଚନାକରିବା ପରେ ,ମିଲର ମାନେ କାଲି ଗାଡିଲାଗେଇବା ପାଇଁ ବିଧାୟକଙ୍କୁ ପ୍ରତିଶୃତି ଦେଇଥିବାଦେଖି ବାକୁ ମିଳିଛି,ଫଳରେ ଚାଷୀ ମାନେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଣ୍ଡି କୁ ଆସି ଚାଷୀଙ୍କ ସମସ୍ୟା ବୁଝି ଥିବାରୁ ଚାଷୀମାନେ ବିଧାୟକଙ୍କୁ ଧନ୍ୟବାଦ ଦେବାସହ ଚାଷୀ ମହଲରେ ଆନନ୍ଦ ଦେଖିବାକୁ ମିଳିଛି!

Leave a Reply

Your email address will not be published. Required fields are marked *