Spread the love

ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୋଳ:ବିଭିନ୍ନ ଦାବି ପୂରଣ ଦାବିରେ ଡ୍ରାଇଭର ମହାସଂଘ ପକ୍ଷରୁ ଗୁରୁବାର ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ନିଜ ନିଜ ଗାଡ଼ି ସହ ଯୋଗଦେଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ପରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ, ଏସ୍‌ପିଙ୍କ ମାଧ୍ୟମରେ ପୁଲିସ କମିଶନରଙ୍କୁ ଏବଂ ଆରଟିଓଙ୍କ ମାଧ୍ୟମରେ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଡ୍ରାଇଭର ମହାସଂଘର ଅଭିଯୋଗ ଅନୁଯାୟୀ, ଅଟୋଚାଳକମାନେ ବ୍ୟବସାୟିକ ଭିତ୍ତିରେ ଗାଡ଼ି ଚଳାଉଥିଲେ ମଧ୍ୟ ସେମାନଙ୍କୁ କଲ୍ୟାଣ ବୋର୍ଡରେ ସାମିଲ କରିବା ପରିବର୍ତ୍ତେ ଶ୍ରମିକ ବୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହାସହ ଅଟୋ, ଟ୍ୟାକ୍ସି ଓ ପ୍ରାଇଭେଟ୍ ଗାଡ଼ି ଚାଳକଙ୍କୁ ପୃଥକ୍ ପୃଥକ୍ ଭାବେ ବିଭକ୍ତ କରି ମହାସଂଘକୁ ଦୁର୍ବଳ କରିବାର ଚେଷ୍ଟା ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।ମହାସଂଘର ନେତୃବୃନ୍ଦ କହିଛନ୍ତି ଯେ, ଡ୍ରାଇଭର ସମାଜ ଜନଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜି ସେମାନେ ଅବହେଳିତ ଓ ଅପମାନିତ ହେଉଛନ୍ତି। ସରକାର ଯଦି ଆଗାମୀ ୯୦ ଦିନ ମଧ୍ୟରେ ସେମାନଙ୍କ ଦାବିଗୁଡ଼ିକ ପୂରଣ ନ କରନ୍ତି, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହାସଂଘର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *