ଶିଶୁ ଶ୍ରମିକ ନିରାକରଣ ପାଇଁ ୧୨ ଜୁନ୍ ୨୦୨୬ ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା ରଥ
ରାଜ୍ୟ ସ୍ତରରେ ଚାଲିଥିବା ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ ୧୨.୦୬.୨୦୨୨୬ ଠାରୁ ୨୬.୦୬.୨୦୨୬ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରେ ଶ୍ରମ ବିଭାଗ ତରଫରୁ ବ୍ୟାପକ ସଚେତନତା ନିମନ୍ତେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ତା ୧୨.୦୬.୨୦୨୬ ରିଖରେ ସୁଧା ଚୌହାନ, (ଭା.ପ୍ର।ସେ), ପ୍ରୋବେସନ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଶ୍ରୀମତୀ ମୋନାଲିସ ନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳଙ୍କ ଦ୍ଵାରା ସଚେତନତା ରଥ ଓ ଏକ ଶୋଭା ଯାତ୍ରା ର ଉଦ୍ଦଘାଟନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଢେଙ୍କାନାଳ ଠାରେ ଉଦ୍ଘାଟନ କରାଯାଇଅଛି । ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଜିଲ୍ଲା ବ୍ୟାପି କରାଯିବ । ଜିଲ୍ଲାଶ୍ରମ ବିଭାଗ ତରଫରୁ ସଚେତନତା ରଥ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ଓ ଢେଙ୍କାନାଳ ପୌରପାଳିକାରେ ୧୫ ଦିନ ବ୍ୟାପି ସଚେତନତା ସୃଷ୍ଟି କରିବା ସହିତ ପ୍ରଚାର ପତ୍ର ବଣ୍ଟନ କରାଯିବ । ଏହି ସଚେତନତା ଅଭିଯାନ ରେ ଶ୍ରୀଯୁକ୍ତ ଗୋଲେଖ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟକ୍ଷ, ଶିଶୁ କଲ୍ୟାଣ କମିଟି, ଶ୍ରୀଯୁକ୍ତ ତପନ କୁମାର ସୁତାର, ଜିଲ୍ଲା ଶ୍ରମ ଅଧିକାରୀ ଢେଙ୍କାନାଳ, ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଢେଙ୍କାନାଳ, ଶ୍ରୀଯୁକ୍ତ ସଂଗ୍ରାମ ଦଲାଇ, ଶ୍ରୀମତୀ ବୈଜୟନ୍ତୀ ମାଳା ମଲ୍ଲିକ, ସୁଶ୍ରୀ ନିବେଦିତା ସ୍ଵାଇଁ, ଓ ଶ୍ରୀଯୁକ୍ତ ଗଦାଧର ବେହେରା, ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ, NGOs, Trade Union ଏବଂ ବିଭିନ୍ନ ବର୍ଗର ୧୦୦ ରୁ ଅଧିକ ଲୋକ ଏହି ସଚେତନତା ଅଭିଯାନ ରେ ସାମିଲ ଥିଲେ ।



