Spread the love

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଆନୁଗୋଳର ଯୁବ ଭଲିବଲ୍ ପ୍ରତିଭା

ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ ବାହାରିଥିବା ପିଲାମାନେ ମଧ୍ୟ ଜାତୀୟ ସ୍ତରରେ ନାଁ କରିପାରିବେ ।
ଏମିତି ଏକ ବଡ଼ ସ୍ୱପ୍ନର କାହାଣୀ ଗଢ଼ାହେଉଛି ଢେଙ୍କାନାଳ ଓ ଆନୁଗୋଳ ଜିଲ୍ଲାରେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସଫ), ମେରାମଣ୍ଡଳୀ ପକ୍ଷରୁ ମାତ୍ର ୧୧ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଭଲିବଲ୍ ଖେଳ, ଲୋକଦ୍ରୁତ ହୋଇପାରିଛି । ୩ ବର୍ଷ ମଧ୍ୟରେ ଏଠାକାର ଖେଳାଳିଙ୍କ ସଂଖ୍ୟା ୧୧ ରୁ ଯାଇ ପହଞ୍ଚିଛି ୬୬୮ ରେ !

ଏହି ଗ୍ରାସରୁଟ୍ ଲେବୁଲରୁ ବାହାରିଥିବା ଖେଳାଳୀମାନଙ୍କ ମଧ୍ୟରୁ ୩୫ ଜଣ ପ୍ରତିଭାବାନ ପିଲା ଆଜି ଜାତୀୟ ସ୍ତରରେ ଖେଳି ସାରିଛନ୍ତି, ସେମାନଙ୍କ ମଧ୍ୟରୁ୧୫ ଜଣ ବାଳିକା ।
ଜିଲ୍ଲା ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ଏହି ଖେଳାଳୀମାନେ ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଲକ୍ଷ୍ୟ କେବଳ ଖେଳାଳି ସୃଷ୍ଟି କରିବା ନୁହେଁ, ବରଂ ଗ୍ରାମାଞ୍ଚଳର କୁନି କୁନି ପ୍ରତିଭାମାନଙ୍କୁ ଚିହ୍ନଟ କରି ବିଶ୍ୱସ୍ତରୀୟରେ ପହଞ୍ଚାଇବା ଏବଂ ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନକୁ ସାକାର କରିବା।

ତେବେ ଆସନ୍ତୁ, ଖେଳ ପଡ଼ିଆରୁ ଦେଖିବା ଢେଙ୍କାନାଳ ଓ ଅନୁଗୋଳର ଏହି ଯୁବ ଖେଳାଳୀ ଓ କୋଚ୍‌ଙ୍କ ସଫଳତାର କାହାଣୀ……

Leave a Reply

Your email address will not be published. Required fields are marked *