Spread the love

ଜଗନ୍ନାଥମୟ ପରିବେଶ ଭିତରେ ବିଶ୍ୱନାଥପୁର ସ୍ଥିତ ନୂତନ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱନାଥପୁର ରେଞ୍ଜ ବନ ବିଭାଗ ୭୭ ତମ ଵନ ମହୋତ୍ସବ ପାଳନ କରିଛନ୍ତି। ଏହି ଅବସରରେ ବନ ବିଭାଗ ତରଫରୁ ମନ୍ଦିର ପ୍ରାଙ୍ଗଣରେ ବିବିଧ ପ୍ରକାର ଚାରା ରୋପଣ କରାଯାଇଛି । ବିଶ୍ୱନାଥପୁର ରେଞ୍ଜ ଅତିରିକ୍ତ S C F ଶ୍ରୀ ନରୋତ୍ତମ ମାଝୀଙ୍କ କହିବା ଅନୁସାରେ ଭବିଷ୍ୟତରେ ମଧ୍ଯ ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉକ୍ତ ଅବସରରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତି କମଳା ପାତ୍ର, ମନ୍ଦିର କମିଟି ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧକ୍ଷ, ଏବଂ ବହୁ ସ୍ୱେଚ୍ଛାସେବୀ ଯୁବକ ଓ ଜଗନ୍ନାଥପ୍ରେମୀ ସହଯୋଗ କରିଥିଲେ। ପ୍ରଥମ ବର୍ଷ ରଥଯାତ୍ରା ପାଇଁ ଏହି ଅଞ୍ଚଳ ଉତ୍ସାହିତ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ପରିସରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *