ଆନ୍ତଃରାଜ୍ୟ ଲୁଟେରାଗ୍ୟାଙ୍ଗ ଓ ସାଇବର ଠକଙ୍କୁ ଗିରଫକଲା ବଡବିଲ ପୋଲିସ ।
ମହିଳା ମାଷ୍ଟର ମାଇଣ୍ଡଙ୍କ ସହ ୬ ଗିରଫ, ନଗଦଟଙ୍କା ଓ ୨୮ ସିମ୍ କାର୍ଡ ଜବତ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ସଂଗଠିତ ଆନ୍ତଃରାଜ୍ୟ ଲୁଟେରା ଓ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ଏହି ମାମଲାରେ ଜଣେ ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା।ଘଟଣାର ପୃଷ୍ଠଭୂମି:ଗତ ୦୬.୦୭.୨୦୨୬ ରିଖରେ ପ୍ରିୟତୋଷ ରଥ ନାମକ ଜଣେ ବ୍ୟକ୍ତି ବଡ଼ବିଲ ଥାନାରେ ଏକ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଗତ ଜୁନ୍ ୪ ତାରିଖରେ ତାଙ୍କ ଟ୍ରକ ଡ୍ରାଇଭର ରାମପୂଜନ ସିଂହଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲି ଓ ଛୁରୀ ଦେଖାଇ ଆକ୍ରମଣ କରିଥିଲେ। ସେମାନେ ତାଙ୍କଠାରୁ ଏକ ମୋବାଇଲ୍ ଫୋନ୍ ଏବଂ ନଗଦ ୧,୫୦୦ ଟଙ୍କା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମୋବାଇଲ୍ ଫୋନ୍ ସାହାଯ୍ୟରେ ଅନଲାଇନ୍ କାରବାର ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧,୮୬,୫୦୦ ଟଙ୍କା ମଧ୍ୟ ଚୋରି କରି ନିଆଯାଇଥିଲା।କେମିତି ଚାଲିଥିଲା ନେଟୱର୍କ?ତଦନ୍ତରୁ ଜଣାପଡ଼ିଛି ଯେ, ବଡ଼ବିଲ ଓ ଯୋଡ଼ା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଏକ ଗ୍ୟାଙ୍ଗ ଗଠନ କରି ଦୀର୍ଘ ଦିନ ହେବ ସକ୍ରିୟ ଥିଲେ। ଏମାନେ ବିଶେଷ କରି ରାତ୍ରି ସମୟରେ ନିଛାଟିଆ ସ୍ଥାନରେ ଛିଡ଼ା ହୋଇଥିବା ଟ୍ରକ ଡ୍ରାଇଭରମାନଙ୍କୁ ଟାର୍ଗେଟ୍ କରୁଥିଲେ।ଲୁଟ୍ କରିବା ପରେ ସେମାନେ ମୋବାଇଲ୍ ଫୋନ୍ଗୁଡ଼ିକୁ ଠାକୁରାଣୀ ଅଞ୍ଚଳର ଚନ୍ଦ୍ରବତୀ ପାତ୍ର (୩୩) ନାମକ ଜଣେ ମହିଳାଙ୍କୁ ବିକ୍ରି କରୁଥିଲେ। ଏହି ମହିଳା ଜଣକ ଜାମତାରା ଗ୍ୟାଙ୍ଗ ସହ ଜଡ଼ିତ ଥିଲେ ଏବଂ ସାଇବର ଠକେଇରେ ମାହିର ଥିଲେ। ସେ ଲୁଟ୍ ହୋଇଥିବା ଫୋନ୍ର PhonePe ଓ Google Pay ବ୍ୟବହାର କରି ବ୍ୟାଙ୍କରୁ ଟଙ୍କା ଉଠାଇ ଜାମତାରା ଗ୍ୟାଙ୍ଗ ପାଖକୁ ପଠାଉଥିଲେ। ଏଥିପାଇଁ ସେ ୨୦% ରୁ ୩୦% କମିଶନ ରଖୁଥିଲେ ଏବଂ ଲୁଟେରାମାନଙ୍କୁ ମୋବାଇଲ୍ ପିଛା ୫,୦୦୦ ରୁ ୬,୦୦୦ ଟଙ୍କା ଦେଉଥିଲେ।ପୋଲିସର ଚଢ଼ାଉ ଓ ଗିରଫ:୦୭.୦୭.୨୦୨୬ ଭୋର ସମୟରେ ବୋଲାନୀ ଅଞ୍ଚଳରେ ପୁଣି ଏକ ଲୁଟ୍ ଯୋଜନା କରୁଥିବା ବେଳେ ବଡ଼ବିଲ ପୋଲିସ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହ ଗିରଫ କରିଥିଲା। ପରେ ମହିଳା ମାଷ୍ଟରମାଇଣ୍ଡ ଚନ୍ଦ୍ରବତୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ:୧. ହୃଦୟ ନାୟକ (୧୯)୨. ରୌନକ ପାତ୍ର (୧୯)୩. ମନୀଷ ଗଣ୍ଡ (୧୯)୪. ଆରଫତ ଖାନ (୨୪)୫. ଯୁଗଳ ପାଲ ଚୌଧୁରୀ (୧୯)୬. ଚନ୍ଦ୍ରବତୀ ପାତ୍ର (୩୩)ଜବତ ସାମଗ୍ରୀ:ଅଭିଯୁକ୍ତମାନଙ୍କ ନିକଟରୁ ଏବଂ ଚନ୍ଦ୍ରବତୀଙ୍କ ଘରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି:୩ଟି ଭୁଜାଲି ଓ ୧ଟି ଛୁରୀ୧୨ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍୨୬ଟି ବ୍ୟାଙ୍କ ପାସବୁକ୍୨୮ଟି ସକ୍ରିୟ ସିମ୍ କାର୍ଡନଗଦ ୩,୩୦୦ ଟଙ୍କା ଓ ୫ଟି କଳା ରଙ୍ଗର ମୁଖା (ମାସ୍କ)ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ନେଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପୀଙ୍ଗୁଆ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



