Spread the love

ମେଡିକାଲ୍ କଲେଜ୍‌ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ଖୋଲାସା ହେବ କେବେ?
ସରକାରୀ ନାଲିଫିତା ତଳେ ରହିଗଲାକି ଫାଇଲ!
ତାଳଚେର, ୦୮/୦୭ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ଲୋକଙ୍କ ସାମ୍ନାକୁ ଆସିଥିଲେ ମଧ୍ୟ ଏହି ଘଟଣା ଆଜକୁ ଦୁୁଇମାସ ବିତି ଯାଇଥିଲେ ମଧ୍ୟ ଏଥିରେ ଯେଉଁ ଅଧିକାରୀ ଓ ଦଲାଲ ସମ୍ପୃକ୍ତ ତାଙ୍କୁ ଏଯାଏଁ ଗିରଫ କରାନଯିବା ଅଂଚଳବାସୀଙ୍କ ମନରେ ଶକ୍ତ ଆଘାତ ଦେଇଛି । ଏହି ସମ୍ପର୍କରେ କଂଗ୍ରେସ୍ ପକ୍ଷରୁ ୫ଦଫାଦାବୀ ନେଇ ରାଜ୍ୟପାଳ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଳାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ସେହିଭଳି ବିଜେଡ଼ି ପକ୍ଷରୁ ମଧ୍ୟ ସମାନ ଦାବି ରଖିଥିଲେ ।
ସେହିଭଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯ।।ଇଥିଲା ଯେ, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ ଓ ହସପିଟାଲ୍ ରେ ଷ୍ଟାଫ ନର୍ସ ତଥା ଏଏନଏମ୍ ଓ ଜିଏନଏମ୍ ରେ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ମାନେ ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି । ଏମସିଏଲ୍ ଦ୍ୱାରା ଟେଣ୍ଡର ପାଇଥିବା ଠିକା ସଂସ୍ଥା କମାଣ୍ଡୋସିକ୍ୟୁରିଟି ଏଜେନ୍ସି ବିନା ଆଡଭାଟାଇଜମେଂଟ୍ ରେ ଏହି ନିଯୁକ୍ତି ପ୍ରକ୍ରିୟା କରି ମାତ୍ରାଧିକ ଅର୍ଥ ନେଇ ଜାଲ୍ ସାର୍ଟିଫିକେଟ୍ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ସାଧାରଣ ରୋଗୀଙ୍କ ଜୀବନକୁ ମରଣଯନ୍ତାରେ ପକାଇ ଏହି ସଂସ୍ଥା କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଆମେ ଖବର ପାଇଛୁ ଯେ, ପିଏମପିଏମଜିଏଚ୍ ରେ କମାଣ୍ଡୋ ସିକ୍ୟୁରିଟି ଏଜେନ୍ସି ରେ କାର୍ଯ୍ୟରତ ମୁଖ୍ୟ ଏହି ଜାଲ୍ ସାର୍ଟିଫିକେଟ୍ କାର୍ଯ୍ୟରେ ଲିପ୍ତ ରିହ ସାଧାରଣଙ୍କ ଠାରୁ ଲକ୍ଷାଧିକ ଅର୍ଥ କଲେକସନ୍ କରିଛନ୍ତି । ନିଟ୍ ପେପର ଲିକ୍ ଭଳି ଏଠି ଜାଲ୍ ସାର୍ଟିଫିକେଟ୍ କରି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି । ଏହି ବଡ ଧରଣର ଜାଲ୍ ସାର୍ଟିଫିକେଟ୍ ନିଯୁକ୍ତି ରାକେଟ୍ ଉପରେ ଉପଯୁକ୍ତ ତଦନ୍ତ କରାଯାଇ ଆସନ୍ତା ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୁଧରେ ଏତଲା ଦାୟର କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଏଠାରେ ପ୍ରକାଶ ଥାଉକି, ସରକାରଙ୍କୁ ଅଧିକ ରାଜସ୍ୱ ଦେଇ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଖାଇ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ତାଳଚେରବାସୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କୋଇଲା ଖଣି ସାହାଯ୍ୟରେ ରାଜ୍ୟ ସରକାର ମେଡିକାଲ୍ କଲେଜ୍ ତିଆରି କଲେ । ଏହି କଲେଜ୍ ରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଭିଜ୍ଞ ଡାକ୍ତର, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଗଲା । କିନ୍ତୁ ଦୁଃଖର ବିଷୟ ଅଭିଜ୍ଞ ଡାକ୍ତର ମାନଙ୍କୁ ଏଠାରୁ ଅନ୍ୟତ୍ର ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ନିୟୋଜିତ କରାଗଲା । ଏହା ତାଳଚେରବାସୀଙ୍କ ପାଇଁ ଦୁଃଖ ଓ ପରିତାପର ବିଷୟ । ୬୫୩ ଜଣ ସ୍ୱାସ୍ଥ୍ୟ କର୍ମି ଓ ଷ୍ଟାଫ୍ ନର୍ସ ରାଜ୍ୟ ସରକାର ଏଜେନ୍ସି ମାଧ୍ୟମରେ ଏଠାରେ ନିଯୁକ୍ତି ଦେଲେ । କିନ୍ତୁ ବର୍ତମାନ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ମଧ୍ୟରୁ ୯୧ ଜଣ ଷ୍ଟାଫ ନର୍ସଙ୍କ ସାର୍ଟିଫିକେଟ୍ ଯାଂଚ କରିବାରୁ ୬୦ ଜଣ ଷ୍ଟାଫ ନର୍ସ ଜାଲ୍ ପ୍ରମାଣପତ୍ର ମାଧ୍ୟମରେ ନିଯୁକ୍ତି ପାଇ ଥିବାର ପ୍ରମାଣ ମିଳିଛି । ସମସ୍ତ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ସାର୍ଟିଫିକେଟ୍ ଯାଂଚ ହେଲେ ଆହୁରୀ ଅଧିକ ଜାଲ୍ ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ସନ୍ଦେହ କରାଯାଉଛି । କିଛି ମୁଷ୍ଟିମେୟ ନେତା ଓ କର୍ମଚାରୀ ଅର୍ଥ କାରବାର କରି ଏହି ଦୁର୍ନିତୀରେ ଲିପ୍ତ ରହି ରୋଗୀ ମାନଙ୍କ ଜୀବନ ସହିତ ଖେଳ ଖେଳିଥିବାରୁ ଏବଂ ଏଭଳି ରୋଗୀଙ୍କ ସହ ଯେଉଁ ବ୍ୟକ୍ତି ତଥା ବଡବଡିଆ ସାମିଲ୍ ଅଛନ୍ତି ତାଙ୍କ ବିରୁଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ।

Leave a Reply

Your email address will not be published. Required fields are marked *