ତାଳଚେର ବସଷ୍ଟାଣ୍ଡ ଉନ୍ନତିକରଣ ପାଇଁ ଡ଼ିଏମଫଣ୍ଡରୁ ମିଳିଲା ଅନୁଦାନ
ତାଳଚେର, ୦୮/୦୭ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡଟି ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନଗରପାଳ ପବିତ୍ର ଭୂତିଆଙ୍କ ଚେଷ୍ଟାରେ ଜିଲ୍ଳା ଖଣିଜପାଣ୍ଠିରୁ ୫କୋଟି ୧ଲକ୍ଷ ୮୪ହଜାର ଟଙ୍କା ଖର୍ଚ୍ଚ କରାଯାଇ ନୂତନ ବସଷ୍ଟାଣ୍ଡ କରାଯିବ ବୋଲି ନଗରପାଳ ଶ୍ରୀ ଭୂତିଆ ପ୍ରକାଶ କରିଛନ୍ତି । ଜିଲ୍ଳାଖଣିଜ ପାଣ୍ଠି ଟ୍ରଷ୍ଟ ପକ୍ଷରୁ ଚିଠି ନଂ-୫୪୩, ଫାଇଲ ନଂ-ଏକ୍ସଭି-୧୨୭(ପି/ଟୁ) ତା ୦୭/୦୪/୨୦୨୪ରେ ପତ୍ରରେ ଦର୍ଶାଯାଇଛି ଯେ, ତାଳଚେର ନୂତନ ବସଷ୍ଟାଣ୍ଡ ନୁିମନ୍ତେ ଡ଼ିଏମ ଫଣ୍ଡରୁ ଉକ୍ତ ଅର୍ଥ ପ୍ରଦତ କରାଗଲା । ତେବେ ଏହାକୁ ନେଇ ତାଳଚେର ଅଂଚଳରେ ଖୁସିର ମାହୋଲ ଖେଳିଯିବା ସହ ନୂତନ ବସଷ୍ଟାଣ୍ଡ କରାଗଲେ ନିଶ୍ଚିତଭାବେ ଯାତ୍ରୀମାନେ ସୁବିଧାରେ ବିଭିନ୍ନ ସ୍ଥାନକୁ ଯାତାୟତ କରିପାରିବେ । ପ୍ରକାଶ ଥାଉକି, ତାଳଚେର ଅଂଚଳରେ ଖଣିଖାଦାନ ଯୋଗୁଁ ଭାରୀଯାନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଓ ଟ୍ରକ ଟର୍ମିନାଲ ଖଣି ପରିସରରେ ନଥିବାରୁ ଗାଡ଼ି ମାଲିକ ମାନେ ଉକ୍ତ ବସଷ୍ଟାଣ୍ଡରେ ଠିଆ କରୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଗଲେ ସେଠାରେ ଟ୍ରକ ଗୁଡ଼ିକୁ ଠିଆ କରାଯିବନି ତ, ଏ ପ୍ରଶ୍ନଟି ଉଙ୍କି ମାରୁଛି ଯାତ୍ରୀ ଓ ସର୍ବସାଧାରଣଙ୍କ ମନରେ । ତେବେ ପ୍ରଶାସନର ଏଥିପ୍ରତି ଦୃଷ୍ଟି ଦେବାର ଆବ୍ୟାକତା ରହିଛି ।



