ପ୍ରକୃତି ବନ୍ଧୁ ଙ୍କ ଦ୍ୱାରା ତାମଦେଇ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁ ପଧାନ ):- ଭଟଲି ଓ ଅମ୍ବାଭୋନା ବ୍ଲକ ର ପ୍ରକୃତି ବନ୍ଧୁ ମାନଙ୍କ ପ୍ରକୃତି ପ୍ରେମ ନିଆରା l ପ୍ରକୃତି ବନ୍ଧୁ ଦୟାନିଧି ପଧାନ, ଭୈରବ ପାତ୍ର ଓ ଝାଡ଼େଶ୍ୱର ପାତ୍ର ଙ୍କ ତତ୍ୱାବଧାନ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ତାମଦେଇ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ବରଗଛ, ପିପଲଗଛ, କଦମ୍ବଗଛ, ଇତ୍ୟାଦି ବହୁତ ପ୍ରକାର ର ଗଛ ଲଗାଯାଇଥିଲା l କୁହାଯାଏ ଏହି ଗଛ ଗୁଡିକ ପ୍ରକୃତିର ରକ୍ଷ୍ୟା କରିବାରେ ବହୁତ ସହଯୋଗ କରନ୍ତି l ଗଛ ଯେତେ ମାତ୍ରାରେ ଅମ୍ଳଜାନ ଯୋଗାଏ ତାଠାରୁ ବେଶି ମାତ୍ରା ରେ ଛାଇ ଯୋଗାଇଥାଏ, କାରଣ ତାମଦେଇ ହେଉଛି ଗୋଟିଏ ବଣଭୁଜି ସ୍ଥଳ ଯେଉଁ ସ୍ଥାନକୁ ଶୀତ ସମୟ ରେ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି ତେଣୁ ଏଠାରେ ଗଛ ଲଗାଇବା ଗୋଟିଏ ନିଆରା କାର୍ଯ୍ୟକ୍ରମ ଅଟେ l ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଅଂଚଳର ତଥା କାପାସିରା ର ଡ଼. ନେପାଳ ପଧାନ ଓ ବୈଷ୍ଣବ ବଢ଼େଇ, ତାମଦେଇ ର ସନାତନ ବପାର , ଖୋଲା ର କୌଶିକ ପଧାନ ଓ ଯଦୁମଣି ପଧାନ, ରାମଖୋଲ ର ପ୍ରତାପ ଭୁଏ, ରଣଜିତ ପଧାନ ଓ ଇନ୍ଦ୍ର ପାତ୍ର, ରଶ୍ମିରଂଜନ ବଢ଼େଇ ପ୍ରମୁଖ ସହଯୋଗ କରୁଥିଲେ l ଏହିପରି କାର୍ଯ୍ୟକ୍ରମ କୁ ଦେଖି ଆଖ ପାଖ ଅଂଚଳର ବୁଦ୍ଧିଜୀବୀ ମହାଲରେ ପ୍ରଶଂସା ସୁଅ ଛୁଟୁଥିବା ର ସୁଣିବାକୁ ମିଳୁଛି l




