କେନ୍ଦୁଝର ଜିଲ୍ଲାରେ ବିଷାକ୍ତ ସାପ କାମୁଡାରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ।
କେନ୍ଦୁଝର ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ ରେ ସାପ କାମୁଡାରେ ବ୍ୟକ୍ତିଙ୍କ ମୃତ୍ୟୁ। ଶୋଇଥିବା ବେଳେ ସାପ କାମୁଡ଼ି ବାରୁ ଜଣେ ମୃତ୍ୟୁ। ବାରିଆ ଥାନା ଅନ୍ତର୍ଗତ ବିରିକୁଆଁ ଗ୍ରାମରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିବାରୁ ମୃତ୍ୟୁ ବରଣ କରିଛନ୍ତି ବାମେବାରୀ ଥାନା ଅନ୍ତର୍ଗତ ତାଟପାଣି ଗ୍ରାମର ବଂଶୀ ଚାମ୍ପିଆ। ସୂଚନା ଅନୁଯାୟୀ ବଂଶୀ ଦୁଇଦିନ ତଳେ ନିଜ ସ୍ତ୍ରୀ ସହ ବିଲ କାମ କରିବାକୁ ବିରିକୁଆଁ ଗ୍ରାମର ଜୟଦେବ ମହାନ୍ତଙ୍କ ଘରକୁ ଯାଇଥିଲେ। ଗତକାଲି ବିଲ କାମ ସାରି ତଳେ ଶୋଇଥିବା ବେଳେ କୈଣସି ଏକ ବିଷାକ୍ତ ସାପ କାମୁଡିବାରୁ ସେ ଗୁରୁତର ଆହତ ହେବାରୁ ତାକୁ ସ୍ଥାନୀୟ ଲୋକେ ଭଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତେବେ ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିବା ନେଇ ସୂଚନା। ଘଟଣା ସମ୍ପର୍କରେ ଖବରପାଇ ବାରିଆ ପୋଲିସ ଵାରିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



