୪୫ତମ କ୍ୟାବିନେଟ୍ ବୈଠକରେ ୬ ବିଭାଗର ୧୧ ପ୍ରସ୍ତାବକୁ ସବୁଜ ସଙ୍କେତ
ଭୁବନେଶ୍ୱର, ୨ ଅଗଷ୍ଟ: ରାଜ୍ୟ ବିକାଶ ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରବିବାର ଆୟୋଜିତ ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗ ସହ ସମ୍ପର୍କିତ ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ପରେ ସରକାର ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲେ।
ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ବିଭିନ୍ନ କ୍ଷେତ୍ରର ଉନ୍ନତି, ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ଜନକଲ୍ୟାଣମୂଳକ ପଦକ୍ଷେପକୁ ଆଗକୁ ନେବା ଦୃଷ୍ଟିରୁ ଏହି ପ୍ରସ୍ତାବଗୁଡ଼ିକୁ ସରକାର ଅନୁମୋଦନ କରିଛନ୍ତି।
ଅନୁମୋଦିତ ପ୍ରସ୍ତାବଗୁଡ଼ିକର ବିସ୍ତୃତ ବିବରଣୀ ସମ୍ପୃକ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।
