Spread the love

ତାରିଖ: ୦୭ ଅଗଷ୍ଟ ୨୦୨୬

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ବୃଦ୍ଧି, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ତାଲିକା ହସ୍ତାନ୍ତର

ଭାରତ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶାନୁଯାୟୀ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (SIR-2026) ଅନ୍ତର୍ଗତ ଅନୁଗୋଳ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ ଆୟୋଜନ କରି ଦାବି ଓ ଆପତ୍ତି ସମ୍ପର୍କିତ ସାପ୍ତାହିକ ତାଲିକା (ଫର୍ମ-୯, ୧୦, ୧୧, ୧୧ଏ ଓ ୧୧ବି) ହସ୍ତାନ୍ତର କରିଛନ୍ତି ଏବଂ ପ୍ରାପ୍ତି ସ୍ୱୀକାରପତ୍ର ଗ୍ରହଣ କରିଛନ୍ତି।

ଏହାସହ ସମ୍ପୃକ୍ତ ERO କାର୍ଯ୍ୟାଳୟର ନୋଟିସ ବୋର୍ଡରେ ଉକ୍ତ ତାଲିକାଗୁଡ଼ିକ ପ୍ରଦର୍ଶିତ କରାଯାଇଛି, ଯାହାଫଳରେ ସାଧାରଣ ଜନସାଧାରଣ ଓ ରାଜନୈତିକ ଦଳମାନେ ସହଜରେ ସେଗୁଡ଼ିକୁ ଅବଲୋକନ କରିପାରିବେ।

ଭାରତ ନିର୍ବାଚନ ଆୟୋଗଙ୍କ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦାବି ଓ ଆପତ୍ତିର ନିଷ୍ପତ୍ତି ୧୭ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମାପ୍ତ ହେବ ଏବଂ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇବ।

ଜିଲ୍ଲାର ସମସ୍ତ ଯୋଗ୍ୟ ମତଦାତାଙ୍କୁ ଅନୁରୋଧ କରାଯାଇଛି ଯେ, ମତଦାତା ତାଲିକାରେ କୌଣସି ଦାବି କିମ୍ବା ଆପତ୍ତି ଥିଲେ ୧୯ ଅଗଷ୍ଟ ୨୦୨୬ ସୁଦ୍ଧା ସମ୍ପୃକ୍ତ BLO କିମ୍ବା ERO କାର୍ଯ୍ୟାଳୟରେ ଆବଶ୍ୟକ ଆବେଦନ ଦାଖଲ କରି ନିର୍ବାଚନ ପ୍ରକ୍ରିୟାକୁ ସଫଳ କରିବାରେ ସହଯୋଗ କରନ୍ତୁ ବୋଲି ଜିଲ୍ଲା ନିର୍ଵାଚନ କାର୍ଯ୍ୟାଳୟ ଅନୁଗୋଳ ପକ୍ଷରୁ ପ୍ରେସପ୍ରେସ ବିଜ୍ଞପ୍ତିତାରିଖ: ୦୭ ଅଗଷ୍ଟ ୨୦୨୬ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ବୃଦ୍ଧି, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ତାଲିକା ହସ୍ତାନ୍ତରଭାରତ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶାନୁଯାୟୀ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (SIR-2026) ଅନ୍ତର୍ଗତ ଅନୁଗୋଳ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ ଆୟୋଜନ କରି ଦାବି ଓ ଆପତ୍ତି ସମ୍ପର୍କିତ ସାପ୍ତାହିକ ତାଲିକା (ଫର୍ମ-୯, ୧୦, ୧୧, ୧୧ଏ ଓ ୧୧ବି) ହସ୍ତାନ୍ତର କରିଛନ୍ତି ଏବଂ ପ୍ରାପ୍ତି ସ୍ୱୀକାରପତ୍ର ଗ୍ରହଣ କରିଛନ୍ତି। ଏହାସହ ସମ୍ପୃକ୍ତ ERO କାର୍ଯ୍ୟାଳୟର ନୋଟିସ ବୋର୍ଡରେ ଉକ୍ତ ତାଲିକାଗୁଡ଼ିକ ପ୍ରଦର୍ଶିତ କରାଯାଇଛି, ଯାହାଫଳରେ ସାଧାରଣ ଜନସାଧାରଣ ଓ ରାଜନୈତିକ ଦଳମାନେ ସହଜରେ ସେଗୁଡ଼ିକୁ ଅବଲୋକନ କରିପାରିବେ। ଭାରତ ନିର୍ବାଚନ ଆୟୋଗଙ୍କ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦାବି ଓ ଆପତ୍ତିର ନିଷ୍ପତ୍ତି ୧୭ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମାପ୍ତ ହେବ ଏବଂ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇବ। ଜିଲ୍ଲାର ସମସ୍ତ ଯୋଗ୍ୟ ମତଦାତାଙ୍କୁ ଅନୁରୋଧ କରାଯାଇଛି ଯେ, ମତଦାତା ତାଲିକାରେ କୌଣସି ଦାବି କିମ୍ବା ଆପତ୍ତି ଥିଲେ ୧୯ ଅଗଷ୍ଟ ୨୦୨୬ ସୁଦ୍ଧା ସମ୍ପୃକ୍ତ BLO କିମ୍ବା ERO କାର୍ଯ୍ୟାଳୟରେ ଆବଶ୍ୟକ ଆବେଦନ ଦାଖଲ କରି ନିର୍ବାଚନ ପ୍ରକ୍ରିୟାକୁ ସଫଳ କରିବାରେ ସହଯୋଗ କରନ୍ତୁ ବୋଲି ଜିଲ୍ଲା ନିର୍ଵାଚନ କାର୍ଯ୍ୟାଳୟ ଅନୁଗୋଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *